କୋରେଇ : ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ଧନପୁର ଗ୍ରାମରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗ୍ରାମଦେବତୀ ମା ଅନନ୍ତ ବାସୁଳିଙ୍କ ୨୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମା ଙ୍କ ପୂଜାର୍ଚ୍ଚନା ପରେ ସକାଳ ୮ଟା ସମୟରେ କଳସ ସ୍ଥାପନା ହୋଇଥିଲା ।ଏହାପରେ ସୂର୍ଯ୍ୟପୂଜା, ଗୋ ପୂଜା କରାଯାଇ ମାଙ୍କ ଚଣ୍ଡୀପାଠ ଆରମ୍ଭ ହୋଇଥିଲା। ଚଣ୍ଡୀ ପାଠ ପରେ ସନ୍ଧ୍ୟା ସମୟରେ ପୂର୍ଣ୍ଣାହୁତି ହୋଇଥିଲା। ପୂର୍ଣ୍ଣାହୁତି ଦେବାକୁ ଗ୍ରାମର ଭକ୍ତ ତଥା ଆଖପାଖ ଅଞ୍ଚଳର ଭକ୍ତ ମାନେ ଭିଡ଼ ଜମାଇଥିଲେ। ଖୋଳ, କରତାଳ ନାମ ସଂକୀର୍ତ୍ତନ ସହ ଶଙ୍ଖ, ହୁଳହୁଳୀରେ ମାଙ୍କ ମନ୍ଦିର ପରିବେଶ କମ୍ପି ଉଠିଥିଲା। ଭକ୍ତମାନେ ମା ଙ୍କ ପ୍ରସାଦ ସେବନ କରିଥିଲେ।
ଏହି ପୂଜା ଉତ୍ସବରେ ମୁଖ୍ୟ ପୂଜକ ଭାବେ ରଘୁନାଥ ପାଢ଼ୀ, ପ୍ରସନ୍ନ ପଣ୍ଡା, ବିଭୂତି ଭୂଷଣ ଉପାଧ୍ୟାୟ ଥିବାବେଳେ କର୍ତ୍ତା ଭାବେ ପ୍ରଦୀପ ମାଝୀ, ଯୁଧିଷ୍ଠିର ସାହୁ, ରଘୁନାଥ ମହାରଣା, ରାଜକିଶୋର ସାହୁ, କାଶୀନାଥ ଦୁଆରୀ ଙ୍କ ସହ ଗ୍ରାମର ପ୍ରଶାନ୍ତ ସାହୁ, ପ୍ରଶାନ୍ତ ସ୍ଵାଇଁ, ଦିଲ୍ଲୀପ ଓଝା, ପ୍ରମୋଦ ସାହୁ, ନିତ୍ୟାନନ୍ଦ ବିଶ୍ଵାଳ, ଚିତ୍ତରଞ୍ଜନ ପାଢ଼ୀ, ପ୍ରଦୀପ ପାଢ଼ୀ ଓ ସମସ୍ତ ଗ୍ରାମବାସୀ ମାନେ ମା ଙ୍କ ପୂଜାର୍ଚ୍ଚନାରେ ସହଯୋଗ କରିଥିଲେ।