ଭୁବନେଶ୍ୱର : ସେପ୍ଟେମ୍ବରରେ ଭଲ ବର୍ଷା ସତ୍ୱେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଥିବା ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୩ଟି ଜିଲ୍ଲା ଯଥା ପୁରୀ, କେନ୍ଦ୍ରାପଡା ଓ ନବରଙ୍ଗପୁର ସହ ସାରା ରାଜ୍ୟରେ ୩% ନିଂଟିଆ ବର୍ଷା ହୋଇଛି । ଜୁନ୍ ୧ରୁ ସେପ୍ଟେମ୍ବର ୨୯ ମଧ୍ୟରେ ୧୧୪୪.୩ ମିମି ବର୍ଷା ହେବା କଥା । ଏହି ସମୟ ମଧ୍ୟରେ ୩% ନିଅଣ୍ଟିଆ ଅର୍ଥାତ୍ ୧୧୦୫.୪ ମିମି ବର୍ଷା ହୋଇଛି । ବୌଦ୍ଧ ଓ ଝାରସୁଗୁଡା ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ ହୋଇଛି ।