ମାଲକାନଗିରି : ମାଲକାନଗିରି ଜ଼ିଲ୍ଲା ସଦର ବ୍ଲକ ଚାଲାଣଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ସିଆଡ଼ିମାଳ ଗ୍ରାମ ଠାରେ ଆଜି ଓଡ଼ିଶା-ମୋ ପରିବାର ଆନୁକୂଲ୍ୟରେ ମାଲକାନଗିରି ଜ଼ିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ତଥା ପୂର୍ବତନ ବିଧାୟକ ମାନସ ମାଡକାମିଙ୍କ ନେତୃତ୍ଵରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ୪୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଅବସରରେ ବରିଷ୍ଠ ନେତା ତଥା ଶିଖପାଲି ଜୋନ୍ ସଂଯୋଜକ ପ୍ରଫୁଲ୍ଲ କୁମାର ପଣ୍ଡା, ଆଇନ୍ ସାମ୍ମୁଖ୍ୟ ସଭାପତି, ଜ଼ିଲ୍ଲା ସାଧାରଣ ସମ୍ପାଦକ ତଥା କାଲିମେଳା ଜୋନ୍- ୨ ସଂଯୋଜକ ଗୋପାଳ କୃଷ୍ଣ ପଣ୍ଡା, ମାଲକାନଗିରି ବ୍ଲକ ସଭାପତି ବିଭାଂଶୁ ସାମଲ, ଚାଲାଣଗୁଡ଼ା ପଞ୍ଚାୟତ ସଭାପତି ଦିବସ ମିସ୍ତ୍ରୀ, ପୂର୍ବତନ ବିଧାୟକ ପ୍ରତିନିଧି ବିକାଶ ମଣ୍ଡଳ, ରାଜ୍ୟ ଯୁବ ସମ୍ପାଦକ ରବି ରାଜେଶ, ଜ଼ିଲ୍ଲା ଯୁବ ଉପସଭାପତି କଣ୍ଟେଶ୍ଵର ପୋଟଲା, ଜ଼ିଲ୍ଲା ଛାତ୍ର ସଭାପତି ତାପଶ ରଞ୍ଜନ ନାୟକ, ଶୁକଦେବ ବୈରାଗୀ, କେ.ରାହୁଲ, ପୂର୍ବତନ ଜ଼ିଲ୍ଲା ଛାତ୍ର ସମ୍ପାଦକ ସତ୍ୟଜିତ ଗୌଡ଼, ବ୍ଲକ ଛାତ୍ର ସମ୍ପାଦକ ରାକେଶ ବାଲା, ପୌରପରିଷଦ ଛାତ୍ର ସଭାପତି ଶଙ୍କର ପାଣିଗ୍ରାହୀ, ଇନ୍ଦୁ ସରକାର, ଲଖମଣ ସଗଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ |