
ପାଳଲହଡା : ଶିକୁଳିରେ ବନ୍ଧା ଜୀବନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏହି ଦୃଶ୍ୟ ଦେଖିବାକୁ ଯେତିକି ହୃଦୟ ବିଦାରକ ସେତିକି ଦୁଖଃ ଦାୟକ ମଧ୍ୟ । ସରକାର କହୁଛନ୍ତି ଏଠି ସବୁ ଗରିବ ଲୋକ ମାନେ ମାଗଣାରେ ସରକାରୀ ଚିକିତ୍ସା ପାଇବେ। ହେଲେ ପାଲଲହଡ଼ା ଭଲି ଗରିବ ଆଦିବାସୀ ଅଞ୍ଚଳରେ ସଠିକ ଭାବରେ ପହଞ୍ଚି ପାରୁନି ସରକାରଙ୍କ ସେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ।
ଯିଏ ଦିନେ ନିଜେ ରୋଜଗାର କରି ପରିବାର ଲୋକଙ୍କ ମୁହଁରେ ଦୁଇ ଓଳି ଦୁଇ ମୁଠା ଦାନା ଦେଉଥିଲା ସେ କିନ୍ତୁ ଆଜି ନିଜ ବୃଦ୍ଧ ବାପା ମାଆ ଉପରେ ପଲାଟି ଯାଇଛି ବୋଝ । ଘରର ଭେଣ୍ଡା ପୁଅକୁ ଚିକିତ୍ସା କରିବା ପାଇଁ ପାଦରେ ଲୁହାର ଶିକୁଳି ବେଡିରେ ଛନ୍ଦି ଦେଇଛନ୍ତି ପରିବାର ଲୋକେ । ଅନେକ ଥର ପାଲଲହଡ଼ା ଡାକ୍ତରଖାନା ଆଣି ଚିକତ୍ସା କରି ଘରକୁ ଫେରାଇ ନେଇଛନ୍ତି, ଅଧିକ ଚିକତ୍ସା ପାଇଁ ଅର୍ଥର ଅଭାବ ଯୋଗୁଁ ପୁଅକୁ ଶିକୁଳିରେ ବନ୍ଧୀ ରଖୁଛନ୍ତି ପରିବାର ।
ଆମେ କହୁଛୁ ଅନଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଝାରବେଡା ପଞ୍ଚାୟତ ଅନ୍ତର୍ଗତ କଦଳୀ ବାଡ଼ି ର କାନ୍ହୁ ବିରୁଆଙ୍କ ୨୫ ବର୍ଷୀୟ ପୁଅ ଗାରଦୀ ବିରୁଆଙ୍କ କଥା l ପରିବାର କହିଲେ ବୃଦ୍ଧ ବାପା ମାଆ ଓ ସ୍ତ୍ରୀ । ସେ ଗାଁ ରେ କାମ ଧାମ କରି ନିଜ ପରିବାର ଚଳାଇ ଆସୁଥିଲା । ଗତ ଛଅ ମାସ ତଳେ ହଠାତ ତାର ମାନସିକ ସ୍ଥିତି ଖରାପ ହୋଇ ଯାଇଥିଲା । ପରିବାର ଲୋକେ ତାକୁ ଅନେକ ଚିକିତ୍ସା କରିଥିଲେ ହେଲେ ଶେଷରେ ଅଧିକ ଅର୍ଥ ଆଗରେ ହାରି ଯାଇଥିଲେ । ସେହି ସମୟରେ ତାର ସ୍ତ୍ରୀ ମଧ୍ୟ ଛାଡ଼ି ଚାଲି ଯାଇଥିଲା । ବାଧ୍ୟ ହୋଇ ବୃଦ୍ଧ ବାପା ମାଆ ଭେଣ୍ଡା ପୁଅ ଗାରଦୀ ବିରୁଆକୁ ଶିକୁଳିରେ ବାନ୍ଧି ଘରେ ଅତି ଦୟନୀୟ ଭାବେ ଦେଶୀ ଚିକିତ୍ସା ବା ଗୁଣି ଗାରେଡ଼ି ଚିକିତ୍ସା କରି ଆସୁଥିଲେ । ସବୁଠାରୁ ବଡ କଥା ହେଲା ସେହି ଅଞ୍ଚଳରେ କାର୍ଯ୍ୟ କରୁଥିବା ସରକାରୀ ସ୍ୱାସ୍ଥ୍ୟ କର୍ମି ୬ ମାସ ପରେ ମଧ୍ୟ ଏଭଳି ଏକ ଘଟଣା ସରକାରଙ୍କ ଦୃଷ୍ଟି ଗୋଚର କରି ପାରିଲେ ନାହିଁ ।
ଦୀର୍ଘ ୬ ମାସ ପରେ ପାଲଲହଡ଼ାର ପୁର୍ବତନ ବ୍ଲକ ଅଧ୍ୟକ୍ଷ ନବ କିଶୋର ନାୟକ ଖବର ପାଇ ଗାରଦୀ ବିରୁଆକୁ ପାଲଲହଡ଼ା ଡାକ୍ତରଖାନାରେ ଚିକିତ୍ସା ପାଇଁ ସହାୟତାର ହାତ ବଢେଇ ଥିଲେ ଓ ଡକ୍ଟର ଗାରଦୀ ବିରୁଆଙ୍କର ଉନ୍ନତ ମନର ମାନସିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ ।
ଗୋଟେ ପଟେ ସରକାର କହୁଛନ୍ତି ଗରିବ ମାନେ ମାଗଣା ଚିକିତ୍ସା ପାଇବେ, ସେହିଭଳି ସ୍ଥିତିରେ ଏହିଭଳି ବିବ୍ରତକର ଘଟଣା ସାମନାକୁ ଆସିବା ସରକାରଙ୍କ ସ୍ୱାସ୍ଥ୍ୟ ସେବା ଯୋଜନାର ରୂପାୟନ କେତେବା ସଫଳ ଆଉ କେତେ ଗରିବ ଏହର ସୁଫଳ ପାଇ ପାରୁଛନ୍ତି ତାହା ଜନମାନସରେ ସ୍ପଷ୍ଟ ହେଉଛି । ଏହିଭଳି ପରିସ୍ଥିତିରେ ସରକାଙ୍କ ସମସ୍ତ ଯୋଜନା ହୁଏତ ଗରିବଙ୍କ ପାଇଁ ନୁହେଁ ବୋଲି ମନେ ହୁଏ ।
ତେବେ ସେ ଯାହା ବି ହେଉ, ଆମେ ଆଶା କରିବୁ ସରକାର ଏଥି ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ସରକାରଙ୍କ ପକ୍ଷରୁ ଗରିବ ଗାରଦୀ ବିରୁଆଙ୍କ ଚିକିତ୍ସା କରାଇ ପୁନର୍ବାର ଭଲ କରିବରେ ସହାୟକ ହୁଅନ୍ତୁ ଓ ତା ପରିବାର ଆଉ ଥରେ ହସି ଖୁସିରେ ପୁରି ଉଠୁ ଓ ସେ ତାର ବୃଦ୍ଧ ବାପା ମାଆ ର ବୋଝକୁ ନିଜେ ଉଠାଇବାରେ ସକ୍ଷମ ହେଉ ।