ନୂଆଦିଲ୍ଲୀ : ଭାରତୀୟ ଫୁଟବଲ୍ ଟିମର ପୂର୍ବତନ କ୍ୟାପଟେନ ତଥା କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ମହମ୍ମଦ ହବିବଙ୍କର 74 ବର୍ଷ ବୟସରରେ ପରଲୋକ ହୋଇଯାଇଛି । ତେବେ ଦୀର୍ଘ ସମୟ ଧରି ରୋଗଶଯ୍ୟାରେ ପଡିରହିଥିବା ବେଳେ ମଙ୍ଗଳବାର ହାଇଦ୍ରାବାଦରେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 74ବର୍ଷ ବୟସ ହୋଇଥିଲା । ତାଙ୍କ ପରିବାରରେ ତାଙ୍କ ପତ୍ନୀ, 4ଜଣ ଝିଅ ଓ ଜଣେ ପୁଅ ଅଛନ୍ତି । ଦିନେ ବ୍ରାଜିଲର କିମ୍ବଦନ୍ତୀ ଖେଳାଳି ପେଲେ ଏହି ମହାନ୍ ଖେଳାଳିଙ୍କ ପ୍ରଶଂସା କରିଥିଲେ ।
ଦୀର୍ଘଦିନ ଧରି କୋଲକାତାରେ ରହିବା ପରେ ହବିବ କିଛି ବର୍ଷ ହେବ ହାଇଦ୍ରାବାଦରେ ରହୁଥିଲେ । ତେବେ ବର୍ଷ ହେବ ଏକାଧିକ ରୋଗରେ ପୀଡିତ ହେବା ପରେ ସେ ଶଯ୍ୟାଶାୟୀ ହୋଇପହିଥିଲେ । ତେବେ ମଙ୍ଗଳବାର ଦିନ ସନ୍ଧ୍ୟା ଅପରାହ୍ନ 4ଟାରେ ସେ ହାଇଦ୍ରାବାଦ ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ଏହି କିମ୍ବଦନ୍ତୀ ଖେଳାଳି 1949 ମସିହା ଜୁଲାଇ 17ରେ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ । 1965-75 ପ୍ରାୟ ଏକ ଦଶନ୍ଧି ଧରି ସେ ଭାରତର ପ୍ରତିନିଧିତ୍ୱ କରି ଏକ ସୁବର୍ଣ୍ଣ ଅଧ୍ୟାୟର ଅଂଶ ଥିଲେ ।
1970ରେ ବ୍ୟାଙ୍କକରେ ଏସିଆନ୍ ଖେଳରେ ସେ କାଂସ୍ୟ ପଦକ ହାସଲ କରିଥିଲେ । ଏହି ସମୟରେ ତାଙ୍କର ସହଯୋଗୀ ଥିଲେ ସୟଦ ନଇମୁଦ୍ଦିନ ଓ ପିକେ ବାନାର୍ଜୀ ।1970ରେ ମର୍ଡେକା ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାରତ ତୃତୀୟ ସ୍ଥାନ ଓ 1971ରେ ସିଙ୍ଗାପୁରର ପେସ୍ଟା ସୁକନ କପରେ ଭାରତ ଉତ୍ତମ ପ୍ରଦର୍ଶନ କରିଥିଲା ।