ଧର୍ମଶାଳା : ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ । ସେମାନେ ସଚେତନ ହେଲେ ଦେଶ ଏକ ଉନ୍ନତ ନାଗରିକ ପାଇ ପାରିବ ଏବଂ ସମାଜ ଶାନ୍ତି କାମି ହେବ ବୋଲି ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏକ ଦିବସୀୟ ସଚେତନତା ଶିବିରରେ ମତ ପ୍ରକାଶ ପାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଡିଏଲଏସଏ ସଚିବ ବିଚାରପତି ଜ୍ୟୋର୍ତିମୟୀ ଦାଶ,ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପାଢୀ,ଅତିରିକ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ଶୁଧାଂଶୁ ଶେଖର ବଳ,ଆନଜୀବୀ କୁଳମଣୀ ନାୟକ ଓ ଡ. ରୁଦ୍ରନାରାୟଣ ପୃଷ୍ଟି ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଆଇନର ବିଭିନ୍ନ ଦିଗ ଉପରେ ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଅଧ୍ୟାପକ ବାବୁଲା ରଣାଙ୍କ ତତ୍ୱବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପକ ସଂଜୟ କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଶେଷ କରି ସାମ୍ପ୍ରତିକ ସମୟରେ ଛାତ୍ରୀମାନଙ୍କ ଉପରେ କିଭଳି ଅସାମଜିକ ବ୍ୟକ୍ତିମାରେ ଏସିଡ ମାଡ କରୁଛନ୍ତି ଏବଂ ସେ ସମ୍ବଦ୍ଧରେ କି କି ଆଇନମାନ ରହିଛି ତାହାକୁ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଅଧ୍ୟାପକ ସୌଭାଗ୍ୟ କୁମାର ସାହୁ,ଡ. ରଶ୍ମିକାନ୍ତ ଦାଶ,ସୂର୍ଯ୍ୟକାନ୍ତ ରାଉତ,ଅମୂଲ୍ୟ କୁମାର ପତି,ଶିବ ପ୍ରସାଦ ସାହୁ,ଅଧ୍ୟାପିକା ଜୟଶ୍ରୀ ନାୟକ,ରଶ୍ମିତା ସାମଲ,ସାଗରିକା ଦାଶ,ରୂପାଲି ଋତୁପୂର୍ଣ୍ଣା ସାମଲ,ବରିଷ୍ଠ ଲିପିକ ଧମେନ୍ଦ୍ର ମହାନ୍ତି,କୁଞ୍ଜ ବିହାରୀ ମହାନ୍ତି,ବିବେକାନ୍ଦ ଜେନା,ବିନୟ କୁମାର ରାଉତ,ସୁନିଲ କୁମାର ଓଝା,ରାମଚନ୍ଦ୍ର ମଲିକ,ଅକ୍ତର ଅଲ୍ଲୀ,ଧୁଃଶାସନ ବେହେରା ଓ ଉଷାରାଣୀ ସାହୁ ପ୍ରମୁଖ ସହଯୋଗ କରିଥିଲେ ।