ନୂଆଦିଲ୍ଲୀ : ପ୍ରଗତି ମୈଦାନରୁ ହର୍ ଘର୍ ତ୍ରିରଙ୍ଗା ରାଲିର ଶୁଭାରମ୍ଭ । ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଶୁକ୍ରବାର ଦିନ ନୂଆଦିଲ୍ଲୀର ପ୍ରଗତି ମୈଦାନରୁ ହର୍ ଘର୍ ତ୍ରିରଙ୍ଗା ବାଇକ୍ ରାଲିର ଶୁଭାରମ୍ଭ କରିଛନ୍ତି । ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି ରାଲିରେ କେନ୍ଦ୍ରମନ୍ତ୍ରୀ ଜି.କିଶାନ୍ ରେଡ୍ଡୀ, ଅନୁରାଗ ଠାକୁର, ଅଶ୍ବିନୀ ଚୌବେ,ମୀନାକ୍ଷୀ ଲେଖି, ଅର୍ଜୁନ ରାମ ମେଘୱାଲ,ଶୋଭା କରନ୍ଦଲାଜେ ପ୍ରମୁଖ ସାମିଲ ହୋଇଥିଲେ ।
୧୫ ଅଗଷ୍ଟରେ ଦେଶର ସମସ୍ତ ନାଗରିକ ନିଜ ନିଜ ଘରେ ତ୍ରିରଙ୍ଗା ଲଗାନ୍ତୁ ବୋଲି ଏହି ଅବସରରେ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜି.କିଶାନ୍ ରେଡ୍ଡୀ । ଏହା ଆଜାଦି କା ଅମୃତ ମହୋତ୍ସବର ଉଦଯାପନୀ କାର୍ଯ୍ୟକ୍ରମ ଏବଂ ଏଥିରେ ସମସ୍ତେ ଭାଗ ନେବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ, ପ୍ରତ୍ୟେକ ନାଗରିକ ୧୫ ଅଗଷ୍ଟ ଓ ୨୬ ଜାନୁୟାରୀରେ ନିଜ ନିଜ ଘରେ ତ୍ରିରଙ୍ଗା ଲଗାଇବା ଉଚିତ୍ । ଏହା ନାଗରିକମାନଙ୍କ କର୍ତ୍ତବ୍ୟ । ତେବେ ଚଳିତବର୍ଷ ଆଜାଦୀ କା ଅମୃତ ମହୋତ୍ସବ ସମାପନ ହେଉଥିବାରୁ ୧୫ ଅଗଷ୍ଟ ବିଶେଷ ଅଟେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।