ଧର୍ମଶାଳା : ଗତକାଲି ବିଳମ୍ବିତ ରାତିରେ ମୋବାଇଲ ଦୋକାନରୁ ତାଲା ଭାଙ୍ଗି ଚୋରି ହୋଇଛି। ଦୃବୃତମାନେ ଲୁଟିଲେ ଲକ୍ଷାଧିକ ଟଙ୍କାର ମୋବାଇଲ, ମୋବାଇଲ ସରଞ୍ଜାମ ସହ ନଗଦ୪ ହଜାର ଟଙ୍କା । ଏଭଳି ଘଟଣା ଘଟିଛି ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ କାକୁଡିକୁଦ ନୀଳକଣ୍ଠପୁରସ୍ଥିତ ପୋତାପଡିଆ ନିକଟରେ ।
ମା ଲକ୍ଷ୍ମୀ ମୋବାଇଲ ଷ୍ଟୋରର ମାଲିକ ମାଲିକ ସନ୍ତୋଷ ଜେନା ଗତକାଲି ରାତିରେ ଦୋକାନରେ ତାଲା ପକାଇ ଘରକୁ ଯାଇଥିଲେ । ତେବେ ଆଜି ସକାଳେ ସ୍ଥାନୀୟ ଦୋକାନୀ ଓ ଗ୍ରାମବାସୀ ଦୋକାନର ତାଲା ଭଙ୍ଗା ଯାଇଥିବା ଦେଖି ମାଲିକଙ୍କୁ ଖବର ଦେଇଥିଲେ । ୪ ଗୋଟି ଦାମୀ ମୋବାଇଲ, ମୋବାଇଲ ସରଞ୍ଜାମ ଓ ନଗଦ ୪ ହଜାର ଟଙ୍କା ଚୋରି ହୋଇଯାଇଥିବା ନେଇ ସନ୍ତୋଷ ବ୍ରହ୍ମବରଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ କରିଥିଲା । ଦୋକାନ ପାଖରେ ପଡିଥିବା ମୋବାଇଲ ଖୋଳ, ଭଙ୍ଗା ଯାଇଥିବା ତାଲା ପଡିଥିବା ପୋଲିସ ଦେଖିବାକୁ ପାଇଥିଲା । ଫଳରେ ପୋଲିସ ସନ୍ଧାନୀ କୁକୁରର ସହ ସାଇଁଟିଫିକ୍ ଟିମ୍ ର ସହାୟତା ନେଇଥିଲା । ଅପରାହ୍ନ ୪ଟା ସମୟରେ ସନ୍ଧାନୀ କୁକୁର ଓ ସାଇଁଟିଫିକ୍ ଟିମ୍ ଘଟଣାସ୍ଥଳରେ ପଂହଚି ତଦନ୍ତ କରିଥିବା ଜଣାପଡିଛି । ଖୁବ ଶିଘ୍ର ଦୃବୃତମାନଙ୍କୁ ଠାବ କରାଯିବ ବୋଲି ବ୍ରହ୍ମବରଦା ଥାନା ଅଧିକାରୀ ଶରତ କୁମାର ନାୟକ ସୂଚନା ଦେଇଛନ୍ତି ।