କୋଲକାତା : ପଶ୍ଚିମବଙ୍ଗ ସିଆଇଡି ପକ୍ଷରୁ କୋଲକାତା ଇଣ୍ଡିଆନ ମ୍ୟୁଜିୟମକୁ ଭଗବାନ ଶ୍ରୀକୃଷ୍ଣଙ୍କର ଏକ ଦୁର୍ଲଭ ମୂର୍ତ୍ତି ହସ୍ତାନ୍ତର କରାଯାଇଛି । ଏନେଇ ସିଆଇଡି ପକ୍ଷରୁ କୁହାଯାଇଛି । ସିଆଇଡି ପକ୍ଷରୁ ବୟାନରେ କୁହାଯାଇଛି ଯେ, 2008ରେ ଏକ ଚୋରି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିବା ପରେ ତଲାସୀ ଅଭିଯାନ ସମୟରେ ଏହି ମୂର୍ତ୍ତି ଜବତ କରାଯାଇଥିଲା । ଏହି ବିରଳ ମୂର୍ତ୍ତିର ଓଜନ ପ୍ରାୟ 5 କିଲୋଗ୍ରାମ ହୋଇଥିବା ବେଳେ ଏହାର ମୂଲ୍ୟ 5ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଉଛି । ଏହି ମୂର୍ତ୍ତି କସ୍ତି ପଥରରେ ନିର୍ମାଣ ହୋଇଛି ଯାହାର ରଙ୍ଗ କଳା ଏବଂ ଏହା ହଜାର ହଜାର ବର୍ଷ ଯାଏ ବ୍ୟବହାର କରିହେବ । ଜବତ ମୂର୍ତ୍ତିକୁ ସିଆଇଡିର ମୁଖ୍ୟାଳୟ ଭବାନୀ ଭବନରେ ରଖାଯାଇଥିଲା ।