
ନୂଆଦିଲ୍ଲୀ : ଆଇସିସି ଦିନିକିଆ ୱାର୍ଲ୍ଡକପ-2023ରେ ଅଷ୍ଟ୍ରେଲିଆକୁ 6 ୱିକେଟରେ ହରାଇ ଭାରତୀୟ ଟିମ୍ ନିଜର ବିଜୟ ଅଭିଯାନ ଆରମ୍ଭ କରିଥିବା ବେଳେ ବିରାଟ କୋହଲି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ମ୍ୟାଚରେ କୋହଲି 85ରନ କରିଥିବା ବେଳେ ଫିଲ୍ଡିଂରେ ମଧ୍ୟ କମାଲ୍ ଦେଖାଇଥିଲେ । ମ୍ୟାଚ ପରେ କୋହଲିଙ୍କର ଦମଦାର ଫିଲ୍ଡିଂ ପାଇଁ ଫିଲ୍ଡିଂ କୋଚ୍ ଟି ଦିଲ୍ଲୀପ ତାଙ୍କୁ ଏକ ସ୍ୱତନ୍ତ୍ର ପଦକ ଦେଇ ସମ୍ମାନିତ କରିଛନ୍ତି ।
ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏକ ଭିଡିଓ ପୋଷ୍ଟ କରିଛି । ଯେଉଁଥିରେ କୋହଲିଙ୍କୁ ଫିଲ୍ଡିଂ କୋଚ ସମ୍ମାନିତ କରୁଥିବାର ଦେଖାଯାଇଛି । ବିସିସିଆଇ ଏହି ଭିଡିଓ ନିଜ ଅଫିସିଆଲ ସାଇଟରେ ପୋଷ୍ଟ କରିଛି । ଡ୍ରେସିଂ ରୁମରେ ହିଁ କୋହଲିଙ୍କୁ ସମ୍ମାନିତ କରାଯାଉଥିବାର ଦେଖିବାକୁ ମିଳିଛି । ଏହି ଭିଡିଓରେ ଭଲ ଫିଲ୍ଡିଂ ପାଇଁ ଇାଶାନ କିଶୋର ଓ ଶ୍ରେୟସ ଆୟାରଙ୍କର ମଧ୍ୟ ପ୍ରଂଶସା କରାଯାଇଛି ।