
ଭୁବନେଶ୍ୱର, 22 ଫେବ୍ରୁଆରି :- କିଟ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଉଚ୍ଚ ସ୍ତରୀୟ କମିଟି ଛାତ୍ରୀ ମୃତ୍ୟୁ ଏବଂ ପରବର୍ତ୍ତୀ ଅଭାବନିୟ ସ୍ଥିତି ନେଇ ଯେଉଁ ଯେଉଁ ଲୋକଙ୍କୁ ସମନ କରାଯାଇଥିଲା ସେମାନଙ୍କର ପାଖରୁ କଥା ଶୁଣିଛନ୍ତି । ଉଚ୍ଚ ସ୍ତରୀୟ କମିଟି ଯାହା ଯାହା ପଚାରିଥିଲେ ତାହା ରେକର୍ଡ କରାଯାଇଛି । ହାଇଲେବୁଲ ଟିମ ଯାହା ଅନୁଭବ କରିବେ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।