ନୂଆଦିଲ୍ଲୀ : କେରଳରେ ନିପା ଭାଇରସ ସଂକ୍ରମଣ ପାଇଁ ଚିକିତ୍ସିତ ହେଉଥିବା ନଅ ବର୍ଷର ଶିଶୁ ସମେତ ସମସ୍ତ ଚାରିଜଣ ରୋଗୀ ସୁସ୍ଥ ହୋଇଯାଇଛନ୍ତି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିଣା ଜର୍ଜ ଶୁକ୍ରବାର ଏହି ସୂଚନା ଦେଇଛନ୍ତି ।
ତାଙ୍କ ଫେସବୁକରେ ଏହି ସୂଚନା ସେୟାର କରି ବିଣା ଜର୍ଜ କହିଛନ୍ତି ଯେ ଚାରିଜଣ ସଂକ୍ରମିତ ରୋଗୀ ବର୍ତମାନ ସୁସ୍ଥ ହୋଇଯାଇଛନ୍ତି । ଭାଇରସ୍ ସଂକ୍ରମଣର ଅନୁସନ୍ଧାନ ବେଳେ ତାଙ୍କର ଦୁଇଟି ପରୀକ୍ଷା ନମୁନାର ଫଳାଫଳ ନକାରାତ୍ମକ ହୋଇଛି ।
ସୂଚନାଯୋଗ୍ୟ ଯେ କେରଳର କୋଝିକୋଡ ଜିଲ୍ଲାରେ ମୋଟ ୬ ଟି ନିପା ଭାଇରସ ସଂକ୍ରମଣ ହୋଇଥିବା ରିପୋର୍ଟ ହୋଇଥିବା ବେଳେ ସେଥିମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।