କେନ୍ଦ୍ରାପଡ଼ା, ୦୩ ଅକ୍ଟୋବର – କେନ୍ଦ୍ରାପଡା ର ଆରାଧ୍ୟ ଦେବ ଶ୍ରୀ ବଳଦେବଜୀଉଙ୍କ ମୁଖ୍ୟ ପ୍ରସାଦ ତଥା ଓଡିଶା ପ୍ରସିଦ୍ଧ କେନ୍ଦ୍ରାପଡା ରସାବଳୀକୁ ଜି.ଆଇ ମାନ୍ୟତା ଦେବା ପାଇଁ (ଭୈାଗୋଳିକ ସୂଚକାଙ୍କ) ଦୀର୍ଘ ଦିନରୁ ବିଭିନ୍ନ ସଂଗଠନ, ଅନୁଷ୍ଠାନ ତରଫରୁ ଦାବି ହୋଇ ଆସୁଥିଲା । କେନ୍ଦ୍ରାପଡା ରସାବଳୀ ମିଷ୍ଟାନ ନିର୍ମାତା ସଂଘ ଇଛାପୁର ତରଫରୁ ନାବାର୍ଡ ସହାୟତାରେ ୮୦୨ନଂ ରେ ଦରଖାସ୍ତ ମାଧ୍ୟମରେ ଆବେଦନ କରାଯାଇ ଥିଲା । ଏହାକୁ ଗ୍ରହଣ କରି ଆଇ.ପି ଇଣ୍ଡିଆ (ରାଷ୍ଟ୍ରୀୟ ବୈାଦ୍ଧିକ ସମ୍ପଦ) ତରଫରୁ କେନ୍ଦ୍ରାପଡା ର ଶ୍ରୀ ବଳଦେବଜୀଉଙ୍କ ମୁଖ୍ୟ ପ୍ରସାଦ ତଥା ଓଡିଶା ପ୍ରସିଦ୍ଧ ଏହି ସ୍ୱାଦିଷ୍ଟ ମିଷ୍ଟାନ ରସାବଳୀକୁ ଭୈାଗୋଳିକ ସୂଚକାଙ୍କ ରେ ଜି.ଆଇ ଟ୍ୟାଗ ମାନ୍ୟତା ପ୍ରଦାନ କରାଯାଇ ଥିବା ଜଣାପଡିଛି । ୨୦୨୧ ମସିହା ଡିସେମ୍ବର ୧୩ ତାରିଖରେ ରସାବଳୀ ନିର୍ମାତା ସଂଘର ସଭାପତି ସୈାରଚନ୍ଦ୍ର ସାହୁ ଓ ସଂପାଦକ ଆଇନଜୀବି ବଳରାମ ସାହୁ ତଥା ସମାଜସେବୀ ସରୋଜ କୁମାର ମହାନ୍ତି ପ୍ରମୁଖ ଉଦ୍ୟମ କରିଥିବା ବେଳେ ପରବର୍ତୀ ଅବସ୍ଥାରେ ଏଥିପାଇଁ ଆବଶ୍ୟକୀୟ କାଗଜପତ୍ର, ପ୍ରମାଣପତ୍ର, ନିର୍ମାଣ କୈାଶଳ ଜନିତ ନଥିପତ୍ର ଆଦି ଯୋଗାଡ କରାଯାଇ ନାବାର୍ଡ ସହଯୋଗ ରେ ଜି.ଆଇ ମାନ୍ୟତା ପାଇଁ ଆବେଦନ କରାଯିବା ସହ ଆବଶ୍ୟକୀୟ ବୈଷୟିକ ପ୍ରଣାଳୀ ଯୋଗାଇ ଦିଆଯାଇ ଥିଲା । ଏନେଇ ଚଳିତ ବର୍ଷ ମେ ମାସ ୩୧ ତାରିଖରେ ଜରନାଲ ନଂ ୧୭୫ରେ ସୂଚନା ଦିଆଯାଇ ଥିଲା । ଏହାର ସାର୍ଟିଫିକେଟ୍ ନଂ ୫୦୮ ରହିଥିବା ଜଣାପଡିଛି । ଫଳରେ ନାବାର୍ଡ ସାହାଯ୍ୟରେ ଜି.ଆଇ ସଂସ୍ଥା ତରଫରୁ ଏହାକୁ ମାନ୍ୟତା ଦିଆଯିବା ପାଇଁ ରେଜିଷ୍ଟାର କରାଯାଇ ଥିବା ସୂଚନା ମିଳିଛି । କେନ୍ଦ୍ରାପଡା ରସାବଳୀ ଜି.ଆଇ ମାନ୍ୟତା ପାଇଥିବା ଜଣାପଡିବା ପରେ ସମଗ୍ର ଜିଲ୍ଲାରେ ଆନନ୍ଦ ପ୍ରକାଶ ପାଇବା ସହ ଉଦୋକ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ।