କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଓକିଲ ସଂଘ ପକ୍ଷରୁ କାର୍ଯ୍ୟରତ ଆଇନଜୀବି ମାନଙ୍କୁ ସୁରକ୍ଷା ଓ ସେମାନଙ୍କୁ ଆକ୍ରମଣ କରୁଥିବା ଦୁର୍ବୁତ ମାନଙ୍କୁ କଠିନ ଦଣ୍ଡ ପ୍ରଦାନ ଦାବିରେ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଗାଜିଆ ବାଦ କୋର୍ଟ ପରସିରରେ ଆଇନଜୀବୀଙ୍କୁ ହତ୍ୟା ଘଟଣା ନେଇ ଦୋଷୀକୁ ତୁରନ୍ତ ଦଣ୍ଡ ଦେବା ପାଇଁ ଦାବି କରିଥିଲେ । ଜିଲ୍ଲା ଓକିଲ ସଂଘର ସଭାପତି ବିଚିତ୍ରା ନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ସଂଘର ସମ୍ପାଦକ ଧନୁର୍ଦ୍ଧର ନାୟକ, ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ଜେନା, ଭୀମସେନ ଭୂୟାଁ,ପ୍ରଦୀପ୍ତ ମହାନ୍ତି, ସରକାରୀ ଓକିଲ ସଂଜୟ କୁମାର ଜେନା, ଅଧିକାରୀ ପ୍ରଭାତ କୁମାର ଦାସ, ଆଶୁତୋଷ ମହାନ୍ତି, ଗୋବର୍ଦ୍ଧନ ରାଉତ, ବିଜୟ ପରିଡା, ରଂଜନ ପଣ୍ଡା, ପ୍ରଦୀପ ଦାସ, ଶାନ୍ତି ସ୍ୱରୂପ ଭୂୟାଁ, ବିଧୂ ଭୂଷଣ ମହାପାତ୍ର, ମୋହନ ସାହୁ, ନିରାକାର ପ୍ରଧାନ, ସଂଗ୍ରାମ ଜେନା, ଦିଲିପ ପରିଡା, ଗଗନ ଖଟୁଆ, ବିଚିତ୍ରା ସାହୁ, ସୁରେଶ ସେଠୀ, ଆନସାର ଅଲ୍ଲୀ, ରୁକସାନା ଖାନମ, ଅରୁଣ ପ୍ରସାଦ ମହାପାତ୍ର, ରବି ଦାସ, ନିରଞ୍ଜନ ବଳ, ଆଶିଷ ସାମଲ, ଗଗନ ବିହାରୀ ଜେନା, ଅଞ୍ଜନା ମହାନ୍ତି ପ୍ରମୁଖ ବହୁ ଆଇନଜୀବୀ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।