ଭୁବନେଶ୍ୱର : କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କାନପୁର ମେଡିକାଲରେ ଭଙ୍ଗାରୁଜା । ଗତକାଲି ରାତିରେ କିଛି ଦୁର୍ବୃତ୍ତ ଡ଼ାକ୍ତରଙ୍କ ସମେତ ୪ଜଣ ଷ୍ଟାଫଙ୍କୁ ଆକ୍ରମଣ ଉଦ୍ୟମ କରିଛନ୍ତି । ଏପରିକି ୧୦୨ ଆମ୍ବୁଲାନ୍ସ ଭାଙ୍ଗିବା ସହ ମେଡିକାଲର କାଚ ଭାଙ୍ଗିଛନ୍ତି । ଏନେଇ କାନୁପର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।