କନ୍ଧମାଳ : କନ୍ଧମାଳ ଜିଲ୍ଲା ମହିଳା ବିଜୁ ଜନତା ଦଳ ପକ୍ଷରୁ ଜିଲା ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଗତକାଲି ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇ କନ୍ଧମାଳ ଜିଲାର ପ୍ରତ୍ୟକ ମହିଳା ମାନେ କିପରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ସହ ଆର୍ଥିକ ସ୍ଵାବଲମ୍ବୀ ହୋଇପାରିବ ସେ ନେଇ ବିଜୁ ଜନତା ଦଳର ମହିଳାମାନେ କାମ କରିବାକୁ ଉପଦେଶ ଦେଇଥିଲେ। ଏହା ସହିତ ଜିଲ୍ଲାରେ ବିଜୁ ମହିଳା ଜନତା ଦଳ ସଂଘଠନକୁ ଆହୁରି ସୃଦୁଢ ହେବ ସେ ନେଇ କାମ କରିବା। ରାଜ୍ୟ ସରକାର ମହିଳା ମାନଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ମହିଳା ମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଉପରେ ତଥ୍ୟ ରଖିବା ସହିତ ଜିଲ୍ଲା ମହିଳା ସଂଗଠନକୁ ସୁଦୃଢ କରିବା ପାଇଁ ଗାଁ ଗାଁ ବୁଲି ଲୋକଙ୍କ ପାଖକୁ ଯିବାକୁ କହିଥିଲେ। ରାଜ୍ୟରେ ଯଦି ଆଜି ଗରିବି କମୁଛି ତା ପଛରେ ମହିଳା ମାନଙ୍କ ରୋଜଗାରକ୍ଷମ ହେବା ମୁଖ୍ୟ କାରଣ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିହନ ନିଗମ ର ଅଧ୍ୟକ୍ଷ ବିଜୟ ନାୟକ ମହିଳାମାନେ ଯଦି ଆଜି ସମାଜର ମୁଖ୍ୟ ଧାରାକୁ ଆସି ଆର୍ଥିକ ଅଭିବୃଦ୍ଧି ହୋଇପାରିଛନ୍ତି। ତାର ମୁଖ୍ୟ ମାଧ୍ୟମ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ଠା ଓ ମହିଳା ମାନଙ୍କ ପ୍ରତି ଅଙ୍ଗୀକାର ବଦ୍ଧତା । ସ୍ଵାସ୍ଥ୍ୟ, ଶିକ୍ଷା ଠାରୁ ଆରମ୍ଭକରି ମହିଳା ମାନେ ସ୍ଵାବଲମ୍ବୀ ହୋଇ ପରିବାର ପୋଷଣରେ ଆଜି ନିଜର ସହଭାଗୀତାକୁ ପ୍ରମାଣ କରି ଦେଖାଇଛନ୍ତି। ସେହିଭଳି ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣି, ବାଲିଗୁଡା ଓ ଘୁ.ଉଦୟଗିରି ବିଧାୟକମାନଙ୍କ ସହିତ ଏସ.ଡି.ସି ଅଧ୍ୟକ୍ଷ, ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ, ରାଜ୍ୟ ମହିଳା ସୋସିଆଲ ମିଡିଆ ସଂଯୋଜିକା ମାନସୀ ସାମନ୍ତରାୟ, ରାଜ୍ୟ ସିନିୟର ମହିଳା ଉପ ସଭାପତି ପ୍ରଭାସିନୀ ନନ୍ଦ, ଜୋନାଲ ମହିଳା ବିଜୁ ଜନତା ଦଳ ସଭାପତି ମମତା ବିଶୋଇ, ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ କହଁର, ରାଜ୍ୟ ମହିଳା ଉପ ସଭାପତି ତଥା ଖଜୁରିପଡା ବ୍ଲକ ସଭାନେତ୍ରୀ ଅନିମା କହଁର, ଜିଲ୍ଲା ପରିଷଦ ଉପ ସଭାପତି ସାଧବାଣୀ ନାୟକ ପ୍ରମୁଖ ଉପସ୍ଥିତ ରହି ମହିଳା ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ।
ଏହି ବୈଠକରେ ଜିଲାର ସମସ୍ତ ୧୨ଟି ବ୍ଲକରୁ ବ୍ଲକ ବିଜୁ ମହିଳା ଜନତା ଦଳ ସଭାପତି, ବିଭିନ୍ନ ପଂଚାୟତ ସ୍ତରର ମହିଳା ନେତୃମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପୁନମ କହଁର ପରିଚାଳନା କରିଥିଲେ।