କନ୍ଧମାଳ ୧୩ ଅଗଷ୍ଟ – କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ବିଜୁ କଲ୍ୟାଣୀ ମଣ୍ଡପ ଗୁଟିଙ୍ଗିଆ ଠାରେ ଜିଲ୍ଲା ର ୧୨ ଟି ବ୍ଲକର ୧୫୯ ଗ୍ରାମ ପଂଚାୟତ ର ସମସ୍ତ ପଂଚାୟତ ସମିତି ସଭ୍ୟ /ସଭ୍ୟା ମାନଂକୁ ନେଇ ଏକ, ଜିଲ୍ଲା ସ୍ତରୀୟ କାର୍ଯ୍ୟ କାରିଣୀ ବୈଠକ ଜିଲ୍ଲା ର ସଭାପତି, ବଦ୍ୟନାଥ ବେହେରା ସମ୍ପାଦକ ଅଜିତ କୁମାର ସାହୁ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଛି. ଆଜିର ଏହି ବୈଠକ ରେ ମୁଖ୍ୟ ଆଲୋଚନା ବିଷୟ ଏହା ଯେ, ସମିତି ସଭ୍ୟ /ସଭ୍ୟା ମାନଙ୍କୁ କାହିଁକି ପଂଚାୟତ ସମିତି କାର୍ଯ୍ୟାଳୟ ହେଉ କିବା ଗ୍ରାମପଂଚାୟତ କାର୍ଯ୍ୟାଳୟରେ ରେ ଅଣଦେଖା କରାଯାଇଛି, ଯେମିତି କି ପଂଚାୟତ ର ଜି. ପି.ଡି.ପି. ପ୍ଲାନ ହେଉ ଅବା ପଂଚାୟତ ର ସାମୁହିକ ବିକାଶ କାର୍ଯ୍ୟକ୍ରମ ରେ ସମିତି ମେମ୍ବର ମାନଂକୁ ପାତର ଅନ୍ତର କରିବା ସହିତ, ବ୍ଲକର ବି. ଡି. ଓ. ଚେୟାରମ୍ୟାନ,ପଂଚାୟତ କାର୍ଯ୍ୟନିର୍ବାହି ଅଧିକାରୀ,ଏବଂ ଜେଇ, ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସମିତି ମେମ୍ବର ମାନଂକୁ ପ୍ରତି କ୍ଷେତ୍ରରେ ଅଣଦେଖା କରୁଥିବା ର ଅନୁମେୟ କରି, ଜିଲ୍ଲା ସଭାପତି ପ୍ରକାଶ କରିବା ସହିତ, ଆସନ୍ତା ୨୮ ତାରିଖ ରେ ଭୁବନେଶ୍ୱର ଚାଲ ଅଭିଯାନ ରେ ସାମିଲ ହୋଇ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ବି କେ ପାଣ୍ଡିଆନ ମୋହଦୟ ଙ୍କୁ ଭେଟି ଆଠ ଦଫାଦାବୀପ୍ରଦାନ କରିବ ସେହି ଦାବୀ ସମୁହ ଗୁଡିକ ହେଲା, ସରପଂଚଙ୍କ ଭଳି ସାମ୍ବିଧାନିକ ସୁପାରିଶ କ୍ଷମତା ପ୍ରଦାନ କରାଯାଉ. ସରକାର ଙ୍କ ଯେକୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉଛି ତାର ଚିଠି ର ନକଲ ସମିତି ସଭ୍ୟ ସଭ୍ୟା ଙ୍କୁ ଦିଅଯାଉ , ଉନ୍ନୟନ ମୂଳକ କାର୍ଯ୍ୟର ନିଷ୍ପତି ନେବା ପ୍ରକ୍ରିୟା ରେ ସମିତି ସଭ୍ୟା ଙ୍କୁ ସାମିଲ କରା ଯାଉ, ପ୍ରତି ପଂଚାୟତ କାର୍ଯ୍ୟାଳୟରେ ସମିତି ସଭ୍ୟ ଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ରଖଯାଉ, ଉନ୍ନୟନ ମୂଳକ କାର୍ଯ୍ୟ ନିର୍ମାଣରେ (ଲେ ଆଉଟ) ଦେଲାବେଳେ ସମିତି ସଭ୍ୟ ଙ୍କୁ ଜଣାଇଦିଆଯାଉ, ଏସେଫସି /ସିଏଫସି ଅନୁଦାନ ରେ ୨୦ ପ୍ରତିଶତ ଅଧିକାର ଅଛି, ହେଲେ ଜଣାଉନାହାନ୍ତି ଏହାକୁ କାର୍ଯ୍ୟକାରି କରାଯାଉ, ବ୍ଲକ ଅଧ୍ୟକ୍ଷଙ୍କୁ ସମିତି ସଭ୍ୟ /ସଭ୍ୟା ଭୋଟ ଦେଇ ନିର୍ବାଚିତ କରୁଛନ୍ତି କିନ୍ତୁ ଅନାସ୍ଥାପ୍ରସ୍ତାବ ଆଇନ ରେ ସରପଂଚ, ବିଧାୟକ, ସଂସଦଙ୍କୁ ବରଖାସ୍ତ କରି ସମିତି ସଭ୍ୟା ସଭ୍ୟ ଙ୍କୁ ହିଁ ରଖାଯାଉ, ଏବଂ ସମିତି ସଭ୍ୟ ସଭ୍ୟା ଙ୍କ ମାସିକ ପେନସନ ୧୫ ହଜାର କୁ ବୃଦ୍ଧି କରାଯିବା ସହିତ ଅନ୍ୟାନ୍ୟ ସୁବିଧା ଗୁଡିକ କୁ ମଧ୍ୟ ପ୍ରଦାନ କରାଯାଉ ବୋଲି ସଂଘ ପକ୍ଷରୁ ଦୃଢ଼ ନେତୃତ୍ୱ ନେଇ ବିଧାନସଭା ଶମ୍ବୁଖରେ ଗଣ ବିକ୍ଷୋଭ କରିବ ବୋଲି ସରକାରଙ୍କୁ କଡା ଚେତାବନୀ ଦେଇଛି.କନ୍ଧମାଳ ଜିଲ୍ଲାର ସମିତି ସଭ୍ୟ /ସଭ୍ୟା ମହାସଂଘ ଉକ୍ତ ସଭା ରେ ଉପସଭାପତି ଜୁନେସ ଦିଗାଲ, କାର୍ଯ୍ୟକାରି ସଭାପତି ଭାଗ୍ୟବାନ ବେହେରା, ସହସମ୍ପାଦକ ବିରଂଚି ମଲିକ,ଉପଦେଷ୍ଟା ଶ୍ରୀନିବାସ ମଲିକ, ମିନତୀ ପ୍ରଧାନ, ପୂର୍ଣ୍ଣିମା ପ୍ରଧାନ,ଅର୍ଚନା ଭୋଇ, ଆଲଫାନ ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି ସଂଘ କୁ ସୁଦୃଢ କରିବା ସହିତ ନିଜର ହକ ଓ ଅଧିକାର କୁ ସାବ୍ୟସ୍ତ କରିବାପାଇଁ ସଂଘ ଦୃଢ଼ ଦାବୀ କରିଛି ।