କୋରେଇ : ପାଣିକୋଇଲି ବଜାରରେ ଥିବା ଏକ ଘରୋଇ ଚିକିତ୍ସାଳୟର ଜଣେ ନର୍ସ ସହ ସେଠାରେ ଥିବା ଓøଷଧ ଦେକାନ କର୍ମଚାରୀ ଅସାଦାଚରଣ କରିବା ଓ ଧମକ ଦେବା ଅଭିଯୋଗରେ ଆଜି ଅଦାଲତ ଚାଲାଣ କରିଛି । ପ୍ରକାଶଯେ ପାଣିକୋଇଲି ବଜାରରେ ଏକ ଘରୋଇ ଚିକିତ୍ସାଳୟ ରହିଛି । ଏହି ସଂସ୍ଥାରେ ନର୍ସଭାବେ କେଉଁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ବାଖଡି ଗ୍ରାମର ବିମ୍ବାଧର ବେହେରାଙ୍କ ଝିଅ ମିନତି ବେହେରା ନର୍ସଭାବେ ୩ ବର୍ଷ ଧରି କାର୍ଯ୍ୟ କରୁଅଛି । ସେହି ସଂସ୍ଥାର ଓøଷଧ ଦେକାନରେ ଯାଜପୁର ଟାଉନ ଲଳିତେଶ୍ୱର ନଗରର ଗଙ୍ଗାଧର ସାହୁଙ୍କ ପୁଅ ସୌମ୍ୟରଂଜନ ସାହୁ (୩୨) କାର୍ଯ୍ୟକରେ । ବାରମ୍ବାର ଅଶ୍ଳୀଳ ମ୍ୟାସେଜ କରିବା ସହ ରାତିରେ ଯାଇ ମିତୀ ରହୁଥିବା ଘର କବାଟ ବାଡେଇ ଅଶ୍ଳୀଳ ଗାଳିଗୁଲଜ କରେ । ଏନେଇ ମିନତୀ କର୍ତୃପକ୍ଷଙ୍କୁ ଜଣାଇବା ପରେ ଏହାର ଆପୋଷ ସମାଧାନ କରାଯାଇଥିଲା । ମାତ୍ର ପୁନଃର୍ବାର ଗତକାଲି ସୌମ୍ୟ ରାତ୍ରୀରେ ଯାଇ ମିନତୀର କବାଟ ବାଡେଇ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିଲା । ଏନେଇ ମିନତୀ ପାଣିକୋଇଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୨୨୭/୨୩ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ସୌମ୍ୟକୁ ପୁଲିସ ଗିରଫ କରି ଦଫା ୩୪୧, ୨୯୪, ୩୫୪, ୩୫୪(ଏ), ୩୫୪(ଡି), ୫୦୬, ୫୦୦, ୫୦୯ ଦଫାରେ ଅଦାଲତ ଚାଲାଣ କରିଛି ।