ନାହନ : ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ରବିବାର ସକାଳେ ସିରମୌର ଜିଲ୍ଲାର ପାଂବଟା ସାହିବ ବିଧାନସଭା କ୍ଷେତ୍ରରେ ପହଂଚିଥିଲେ । ସେ ସେଠାରେ ବିପର୍ଯ୍ୟୟ ପ୍ରଭାବିତ ଅଂଚଳ ସିରମୌରୀ ତାଲ ସମେତ ଅନ୍ୟ ପ୍ରଭାବିତ ଅଂଚଳର ମଧ୍ୟ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ଗସ୍ତ ବେଳେ ସେଠାରେ ନଡ୍ଡାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ଭାଜପା ପ୍ରଦେଶ ଅଧ୍ୟକ୍ଷ ଡା. ରାଜୀବ ବିନ୍ଦଲ, ଶିମଲା ସଂସଦୀୟ କ୍ଷେତ୍ରର ସାଂସଦ ସୁରେଶ କଶ୍ୟପ, ସ୍ଥାନୀୟ ବିଧାୟକ ସୁଖରାମ ଚୌଧୁରୀ ଉପସ୍ଥିତ ଥିଲେ ।
ଏହି ଗସ୍ତ ସମୟରେ ଶ୍ରୀ ନଡ୍ଡା ସିରମୌର ତାଲ ସହିତ ରାଜବନରେ ଏନେଇ କରାଯାଇଥିବା ଅସ୍ଥାୟୀ ଶିବିର ବୁଲି ଦେଖିଥିଲେ । ପୀଡ଼ିତ ପରିବାରକୁ ଭେଟିବା ସହ ସେମାନଙ୍କ ସୁବିଧା ଅସୁବିଧା ବାବଦରେ ପଚାରି ବୁଝିଥିଲେ । ସେ କହିଥିଲେ ଯେ, ଏହି ବିପଦ ସମୟରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ଛିଡା ହୋଇଛନ୍ତି । ପୀଡ଼ିତ ପରିବାରକୁ ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯିବ ।