ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଦିନ ଜି-୨୦ ଶିଖର ସମ୍ମିଳନୀ ପାଇଁ ଆଇଟିପିଓ କମ୍ପେ୍ଲକ୍ସରେ ପ୍ରସ୍ତୁତ କରାଯାଇଥିବା ଅନ୍ତରାଷ୍ଟ୍ରୀୟ ମିଡିୟା ସେଂଟରର ନିରୀକ୍ଷଣ କରିଥିଲେ । ଏହି ଅବସରରେ ଅନୁରାଗ ଠାକୁର ଗଣମାଧ୍ୟମକୁ କହିଛନ୍ତି ଯେ ଭାରତ ପାଇଁ ଜି-୨୦ର ଅଧ୍ୟକ୍ଷତା କରିବା ଏକ ଗୌରବଶାଳୀ କ୍ଷଣ ଅଟେ । ଆମେ ବସୁଧୈବ କୁଟୁମ୍ବକମ୍ର ଥିମ୍ ଉପରେ ପ୍ରସ୍ତୁତ କରିଛି । ଏବେ ପର୍ଯ୍ୟନ୍ତ ଦେଶର ୬୦ ସହରରେ ୨୦୦ରୁ ଅଧିକ ବୈଠକ ହୋଇଛି ଯେଉଁଥିରେ କେତେକ ଅନ୍ତରାଷ୍ଟ୍ରୀୟ ପ୍ରତିନିଧିମାନେ ଭାଗ ନେଇଥିଲେ । ପ୍ରସ୍ତୁତି ବିଷୟରେ କହି ଅନୁରାଗ ଠାକୁର କହିଥିଲେ ଯେ ଦିଲ୍ଲୀରେ ୭୮ ସ୍ଥାନରେ ୟୁଏଚ୍ଡି ଟିବି ସ୍କ୍ରିନ୍ ଏବଂ ୪୦୦୦ କ୍ୟାମେରା ଲଗାଯାଇଛି । ଡ୍ରୋନ୍ କ୍ୟାମେରାରେ ମଧ୍ୟ ଲଗାଯାଇଛି । ସୁରକ୍ଷା ବ୍ୟବସ୍ଥା ପୁରା ଚାକୌବନ୍ଦ ଅଟେ । ଏହି ପ୍ରତିଷ୍ଠିତ ବୈଠକର ରିପୋଟିଂ ପାଇଁ ଦୁନିଆସାରା ଗଣମାଧ୍ୟମକୁ ୩୦୦୦ ଆବେଦନ ପ୍ରାପ୍ତ ହୋଇଛି । ମିଡିଆ ସେଂଟରରେ ୱାର୍କଷ୍ଟେସନ କରାଯାଇଛି, ୱାଇଫାଇ ଏବଂ ବ୍ରଡ଼ବ୍ୟାଣ୍ଡ ସୁବିଧା ଉପଲବ୍ଧ ଅଟେ । ଆପାତ ସ୍ଥିତି ପାଇଁ ପ୍ରାଥମିକ ଚିକିତ୍ସାରୁ ନେଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ସମସ୍ତ ସୁବିଧା ଏଠାରେ ଅଛି ।