ନୂଆଦିଲ୍ଲୀ , ୨୧ ଅଗଷ୍ଟ: ଭାରତୀୟ ଅନ୍ତରକ୍ଷ ଅନୁସନ୍ଧାନ ସଂଗଠନ ( ଇସରୋ)ର ଅଧ୍ୟକ୍ଷ ଡା ଏସ୍ ସୋମନାଥ ଭାରତର ଚନ୍ଦ୍ର ଯାନ ମିଶନ ବର୍ତମାନ ସଫଳତା କହିବାକୁ ଯାଇଁ କହିଛନ୍ତି ଚନ୍ଦ୍ରୟାନ-୩ ର ସମସ୍ତ ପ୍ରଣାଳୀ ବର୍ତମାନ ସୁଦ୍ଧା ପୁରା ପୁରି ଭାବରେ କାମ କରିଛି ଏବଂ ଭାରତୀୟ ସମୟନୁସାରେ ୨୩ ଅଗଷ୍ଟ ପାଖା ପାଖି ୧୮ .୦୪ ସମୟରେ ଚନ୍ଦ୍ରରେ ଅବତରଣ କରିବାକୁ ପ୍ରସ୍ତୁତ ହେଉଛି । ବୁଧବାରଦିନ ଅବତରଣ ସମୟରେ କୌଣସି ପ୍ରକାରର ଆକସ୍ମିକତାର ଆଶଂକା ନାହିଁ ।
ଡା ସୋମନାଥ ସୋମବାର ଦିନ ଚନ୍ଦ୍ରୟାନ -୩ ଲ୍ୟାଣ୍ଡିର ପ୍ରସ୍ତୁତି ଏ ପରିସ୍ତିତି ସମ୍ପର୍କରେ କେନ୍ଦ୍ରୀୟ ବିଜ୍ଞାନ ଏବଂ ପ୍ରଦ୍ୟୋଗିକ ରାଜ୍ୟ ମନ୍ତ୍ରୀ ଡା ଜିତେନ୍ଦ୍ର ସିଂହଙ୍କୁ ସୁଚନା ଦେଇଛନ୍ତି । ଇସୋରର ଅଧ୍ୟକ୍ଷ ମନ୍ତ୍ରୀଙ୍କୁ କହିଛନ୍ତି ଚନ୍ଦ୍ରୟାନ-୩ ସମସ୍ତ ସୋପାନ ପୁରା ଭାବରେ କାମ କରିସାରିଛି ଏବଂ ୨୩ ଅଗଷ୍ଟରେ ପାଖାପାଖି ୧୮.୦୪ ସମୟରେ ଅବତରଣ କରିବାକୁ ପ୍ରସ୍ତୁତ ଅଛି । ବୁଧବାରଦିନ ଲ୍ୟାଣ୍ଡିଂ କରିବାକୁ କୌଣସି ପ୍ରକାର ଆକସ୍ମିକତା ନାହିଁବୋଲି କହିଛନ୍ତି ।