
Israeli airstrike on central Beirut leaves 6 people killed, 7 injured
ବେରୁତ, 3 ଅକ୍ଟୋବର – ଇସ୍ରାଏଲ ଲେବନାନର ରାଜଧାନୀ ବେରୁତ ଉପରେ ବୁଧବାର ଏୟାରଷ୍ଟ୍ରାଇକ କରିଛି ,ଯେଉଁଥିରେ 6 ଜଣଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡୀଏଫ) ଏହି ଏୟାରଷ୍ଟ୍ରାଇକର ଦାୟିତ୍ୱ ନେଇ କହିଛି ସେମାନେ ବର୍ତ୍ତମାନ ବେରୁତକୁ ଟାର୍ଗେଟ କରୁଛନ୍ତି। ଆଇଡିଏଫ ଦୁଇ ଦିନ ପୁର୍ବରୁ ବେରୁତର ଏକ ସୀମିତ ଅଞ୍ଚଳରେ ଗ୍ରାଉଣ୍ଡ ସୈନ୍ୟ ଅଭିଯାନ ଆରମ୍ଭ କରି ହିଜବ୍ବୁଲାହର ସୁଡଙ୍ଗ ଖୋଜିବା ଆରମ୍ଭ କରିଥିଲା। ଇରାନକୁ ଆକ୍ରମଣ ପରେ ପ୍ରତିଶୋଧ ପାଇଁ ଜଳୁଥିବା ଇସ୍ରାଏଲ ପୁଣି ଥରେ ବେରୁତରେ ଏୟାରଷ୍ଟ୍ରାଇକ କରିଛି। ଦକ୍ଷିଣ ବେରୁତରେ ଗୋଟିଏ ପରେ ଗୋଟିଏ ତିନୋଟି ବଡ ବିସ୍ଫୋରଣ ହୋଇଛି। ଏହି ଆକ୍ରମଣରେ 6 ଜଣଙ୍କର ମୃତ୍ୟୁ ହେବାର ଖବର ରହିଛି।ଲେବନାନୀ ଅଧିକାରୀମାନେ କହିଛନ୍ତି ଯେ ଏହି ଆକ୍ରମଣ ହିଜବୁଲ୍ଲାହ ସହ ଜଡିତ ଏକ ଚିକିତ୍ସା ସେବା କେନ୍ଦ୍ର ଉପରେ ଘଟିଛି।ଲେବନାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଗତ 24 ଘଣ୍ଟାରେ ଲେବନାନ ଉପରେ ଇସ୍ରାଏଲର ଆକ୍ରମଣରେ 46 ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି ମଧ୍ୟ ଗତ ଦୁଇ ସପ୍ତାହରେ 1000ରୁ ଅଧିକ ଲୋକ ଇସ୍ରାଏଲର ଆକ୍ରମଣରେ ପ୍ରାଣ ହରାଇଥିବାବେଳେ ,ପ୍ରାୟ 10 ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି।