
Palestinians inspect the rubble of the West mosque destroyed after it was hit by an Israeli airstrike at Shati refugee camp in Gaza City, early Monday, Oct. 9, 2023. Israel's military battled to drive Hamas fighters out of southern towns and seal its borders Monday, as it pounded the Gaza Strip from the (AP Photo/Adel Hana)
କାହିରା/ରିୟାଦ : ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଏବେ ସ୍ଥଳଠୁ ଗଗନ ମାସାଇଲ ମାଡରେ ଗର୍ଜୁଛି ପୂରା ଅଞ୍ଚଳ। ଯାହାକୁ ନେଇ ଇସଲାମିକ ଦେଶ ମଧ୍ୟରେ ହଇଚଇ ଦେଖାଦେଇଛି । ସାଉଦି ଆରବର କ୍ରାଉନ ପ୍ରିନ୍ସ ଓ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନ ପାଲେଷ୍ଟାଇନର ରାଷ୍ଟ୍ରପତିଙ୍କ ସମେତ ମିଶର ଓ ଜୋର୍ଡାନ ସହ ଆଲୋଚନା କରିଛନ୍ତି । ଅନ୍ୟପଟେ ଆରବ ଲିଗ୍ ରୋ ସାମିଲ ଦେଶର ବୈଦେଶିକ ମନ୍ତ୍ରୀମାନେ ବୁଧବାର ଜରୁରୀକାଳୀନ ବୈଠକ ଡାକିଛନ୍ତି । ଆରବ ଲିଗରେ ଇରାକ, ଜୋର୍ଡାନ, ସାଉଦି ଆରବ, କୁବୈତ, ସଂଯୁକ୍ତ ଆରବ ଏମିରେଟ, ମରକ୍କୋ, ଓମାନ, କ୍ୱାତାର ସହିତ 22ଟି ଦେଶ ସଦସ୍ୟ ଅଛନ୍ତି । ପାଲେଷ୍ଟାଇନର ଅନୁରୋଧ କ୍ରମେ ଏହି ସ୍ୱତନ୍ତ୍ର ବୈଠକ ଡକାଯାଇଛି । ଏହି ବୈଠକରେ ଅନ୍ତର୍ଜାତୀୟ ସ୍ତରରେ ରାଜନୈତିକ କାର୍ଯ୍ୟାନୁଷ୍ଠାନ ପାଇଁ ରାସ୍ତା ଖୋଲିବା ନିମନ୍ତେ ଉପାୟ ଅନୁସନ୍ଧାନ କରାଯିବ । ହମାସ ଆକ୍ରମଣ ପରେ ଆରବ ଲିଗ୍ ମୁଖ୍ୟ ଅହମ୍ମଦ ଅବୁଲ ଘେତ ଋଷ ଗସ୍ତରେ ଯାଇଛନ୍ତି । ସେ ସେଠାରେ ଋଷର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭଙ୍କୁ ଭେଟିଛନ୍ତି। ଲାଭ୍ରୋଭ କହିଛନ୍ତି ଯେ ପାଲେଷ୍ଟାଇନକୁ ଏକ ଅଲଗା ରାଜ୍ୟ କରିବା ଇସ୍ରାଏଲରେ ଶାନ୍ତି ପ୍ରତିଷ୍ଠା ପାଇଁ ସବୁଠାରୁ ବିଶ୍ୱସନୀୟ ସମାଧାନ।