ମୁମ୍ବାଇ : ଅନ୍ତର୍ଜାତୀୟ ଅଲମ୍ପିକ ସମିତି 2028 ଲସ ଆଞ୍ଜଲେସ ଗ୍ରୀଷ୍ମକାଳୀନ ଅଲମ୍ପିକରେ ଟି-20 କ୍ରିକେଟକୁ ସାମିଲ କରିବା ସୁପାରିଶକୁ ସ୍ୱୀକାର କରିଛି । ଶୁକ୍ରବାର ମୁମ୍ବାଇରେ ଏହାର କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକରେ ଆଇଓସି ଏହି ନିଷ୍ପତ୍ତି ନେଇଛି। ଅକ୍ଟୋବର 14 ରୁ 16 ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଅଧିବେଶନରେ ଆଇଓସି ପାଇଁ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଏଥିପାଇଁ ଭୋଟିଂ ହେବ ।
ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ ଗେମ୍ସ 2028 ସ୍ଥାନୀୟ ଆୟୋଜକ କମିଟି ଅଲିମ୍ପିକ୍ ଗେମ୍ସର ଏକ ଅଂଶ ଭାବରେ ପାଞ୍ଚଟି ନୂତନ କ୍ରୀଡା – କ୍ରିକେଟ୍, ବେସବଲ୍, ଫ୍ଲାଗ୍ ଫୁଟବଲ୍, ଲାକ୍ରୋସ୍ ଏବଂ ସ୍କ୍ୱାସ”କୁ ସାମିଲ କରିବା ପାଇଁ ସୁପାରିଶ କରିଥିଲା ।
ଏହି ପ୍ରସ୍ତାବଗୁଡିକ ଆଇଓସି କାର୍ଯ୍ୟନିର୍ବାହୀ ବୋର୍ଡ ପକ୍ଷରୁ ଏକ ପ୍ୟାକେଜ୍ ଭାବରେ ଗ୍ରହଣ କରାଯାଇଛି । ପ୍ରସ୍ତାବ ଏବଂ ଏହି ଖେଳଗୁଡିକ ଆୟୋଜକ ଆମେରିକୀୟ କ୍ରୀଡା ସଂସ୍କୃତି ସହିତ ମେଳ ଖାଉଛି । ଏହି ସମସ୍ତ ପ୍ରସ୍ତାବ ବର୍ତ୍ତମାନ ଭୋଟ୍ ପାଇଁ ମୁମ୍ବାଇର ଆଇଓସି ଅଧିବେଶନକୁ ଯିବ । ଏହି ଖେଳଗୁଡିକ ବିଶ୍ୱରେ ଆଇକନିକ ଆମେରିକୀୟ କ୍ରୀଡା ପ୍ରଦର୍ଶନ କରିବ ଏବଂ ଆମେରିକାକୁ ଆନ୍ତର୍ଜାତୀୟ କ୍ରୀଡା ମଧ୍ୟ ଆଣିବ । ଏଥିରେ ସାମିଲ ହେବା ଯୋଗୁ ଅଲିମ୍ପିକ୍ସକୁ ଆମେରିକା ତଥା ବିଶ୍ୱବ୍ୟାପୀ ନୂତନ ଆଥଲେଟ୍ ଏବଂ ପ୍ରଶଂସକଙ୍କୁ ଏଥିରେ ଯୋଡି ହେବାରେ ଅନୁମତି ମିଳିବ ।