ଚଣ୍ଡୀଗଡ଼ : ନୁହରେ ହିନ୍ଦୁ ସଂଗଠନ ଗୁଡିକ ଦ୍ଵାରା ଶୋଭାଯାତ୍ରା ବାହାର କରାଯିବାକୁ ଘୋଷଣା କରାଯିବା ପରେ ହରିୟାଣା ସରକାର ନୁହ ଜିଲ୍ଲାରେ ୨୮ ଅଗଷ୍ଟ ପର୍ଯ୍ୟନ୍ତ ଇଂଟରନେଟ ସେବା ବନ୍ଦ କରିଛନ୍ତି । ଜିଲ୍ଲା ଉପଆୟୁକ୍ତଙ୍କ ସୁପାରିଶ କ୍ରମେ ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି । ହରିୟାଣାର ଗୃହ ସଚିବ ଶନିବାର ଏନେଇ ନିର୍ଦ୍ଦେଶ ଜାରୀ କରିଛନ୍ତି । ୨୬ ଅଗଷ୍ଟରୁ ୨୮ ଅଗଷ୍ଟ ପର୍ଯ୍ୟନ୍ତ ନୁହରେ ଇଂଟରନେଟ୍ ସେବା, ବଲ୍କ ମେସେଜ ସେବାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ୨୮ ଅଗଷ୍ଟରେ ପୁଣି ଥରେ ବ୍ରଜମଣ୍ଡଳ ଶୋଭାଯାତ୍ରା ବାହାର କରିବାକୁ ଘୋଷଣା କରାଯାଇଛି ।