ପୁରୀ : ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ରୁଚିକା ସମାଜ ମଙ୍ଗଳ ସଂଗଠନ ଓ କୈଳାଶ ସତ୍ୟର୍ଥୀ ଚିଲଡ୍ରେନ ଫାଉଣ୍ଡେସନ ର ମିଳିତ ସହଯୋଗରେ ପାଳିତ ହୋଇଯାଇଛି | ଜିଲ୍ଲା ପାଳ ସମର୍ଥ ବର୍ମା, ଏସ. ପି. କେ. ବିଶାଲ ସିଂ,ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷ୍ୟା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଶିଶୁ ମଙ୍ଗଳ କମିଟି ର ଅଧକ୍ଷ୍ ଅଜିତ କୁମାର ମହାପାତ୍ର, ଡାଲସା ର ସମ୍ପାଦକ ଅମିତ କୁମାର ବାରିକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମତାମତ ଦେଇଥିଲେ |ବାଲ୍ୟ ବିବାହରୁ ବର୍ତ୍ତିଥିବା ଜଣେ ମହିଳା ନିମାପଡା ର ଝରଣା ନାୟକ ଯୋଗ ଦେଇ ସେ କିପରି ବାଲ୍ୟ ବିବାହରୁ ବର୍ତୀ ଯାଇଥିଲେ ସେ ଅନୁଭୂତି ସୁନ୍ଦର ଭାବରେ ବାଖ୍ୟା କରିଥିଲେ |ଏହି କାର୍ଯ୍ୟକ୍ରମ 10ଜଣ ଶିଶୁ କନ୍ୟା ଯୋଗ ଦେଇ ସମସ୍ତ ଅଧିକାରୀ ଙ୍କ ହାତରେ ରାଖି ବାନ୍ଧି ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଝରଣା ନାୟକ ଙ୍କ ଏକ ପୁସ୍ତକ ଉନ୍ମୋଚନ କରିଥିଲ |ଏତଦ ବ୍ୟତୀତ ରୁଚିକା ସମାଜ ମଙ୍ଗଳ ସଂଗଠନର ପୁରୀ ଜିଲ୍ଲା ସଂଯୋଜକ ହେମନ୍ତ କୁମାର ଦାଶ, ଅନ୍ୟ କର୍ମ କର୍ତା ମାନେ ତାଟିନି ବିଶ୍ୱାଳ, ପ୍ରିତୀ ପ୍ରଜ୍ଞା ସ୍ୱାଇଁ ମାଲିକ ଅଵେଶ, କୁନୁମୁନୁ ବେହେରା, ମଣିଦୀପା ସାହୁ, ପ୍ରଦୀପ୍ତ କୁମାର ମୁଖି, ପ୍ରମୋଦ କୁମାର ବେହେରା, ସୁପ୍ରିୟା ମହାନ୍ତି ଇତ୍ୟାଦି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ|ହିନ୍ଦୁସ୍ଥାନ ସମାଚାର /ବିଜୟ /ବନ୍ଦନା