ନୂଆଦିଲ୍ଲୀ : ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ପାକିସ୍ତାନୀ ବ୍ୟାଟରଙ୍କ ଆଗରେ ଜଲୱା ଦେଖାଇଛନ୍ତି ଭାରତୀୟ ବୋଲର୍ । ସମ୍ପୂର୍ଣ୍ନ ପାକିସ୍ତାନ ଦଳକୁ ମାତ୍ର ୧୯୧ରେ ଅଲଆଉଟ୍ କରି ମ୍ୟାଚ୍ କୁ ଏକତରଫା କରାଇ ଦେଇଛନ୍ତି ଇନ ଫର୍ମ ଭାରତୀୟ ଦଳ । ପାକିସ୍ତାନ କ୍ରିଜ୍ ଉପରେ ମାତ୍ର ୪୨.୫ ଓଭର ହିଁ ତିଷ୍ଠି ପାରିଥିଲା। ବୁମ୍ରା, ସିରାଜ, ପାଣ୍ଡ୍ୟା, କୁଲଦୀପ, ଜାଡେଜା ମିଶି ୨ଟି ଲେଖାଏଁ ୱିକେଟ ନେଇ ପାକିସ୍ତାନର ବ୍ୟାଟିଁ ଲାଇକୁ ବ୍ୟାକଫୁଟକୁ ଠେଲି ଦେଇଥିଲା।
ଭାରତ ଟସ୍ ଜିତି ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା। ପାକିସ୍ତାନ ଅଧିନାୟକ ବାବର ଆଜମ ପାକିସ୍ତାନ ତରଫରୁ ସର୍ବାଧିକ ୫୦ ଓ ତାଙ୍କ ପଛକୁ ମହମ୍ମଦ ରିଜୱାନ ୪୯ ରନ୍ ଷ୍କୋର କରିଥିଲେ । ୧୫୫ ରନରେ ପାକିସ୍ତାନ ମାତ୍ର ୩ଟି ୱିକେଟ୍ ହରାଇ ଭଲ ସ୍ଥିତିରେ ଥିଲା ମାତ୍ର ଶେଷ ୩୬ ରନ୍ ମଧ୍ୟରେ ଶେଷ ୮ଟି ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟ ର ସମ୍ମୁଖିନ ହୋଇଥିଲା ପାକିସ୍ତାନ।
ଖବର ଲେଖିବା ପର୍ଯ୍ୟନ୍ତ ଭାରତ ୧୯୨ ରନ ବିଜୟ ଲକ୍ଷ୍ୟର ପିଛା କରି ମାତ୍ର ୨୦.୧ ଓଭରରେ ଦୁଇ ୱିକେଟ ବିନିମୟରେ ୧୪୮ ରନ ସଙ୍ଗ୍ରହ କରିଛି। ଭାରତ ଅଧିନାୟକ ରୋହିତ ଶର୍ମା ଭାରତ ପାଇଁ ସର୍ବାଧିକ ୮୦ ରନ୍ ସଙ୍ଗ୍ରହ କରିଛନ୍ତି। ରୋହିତ ଶର୍ମାଙ୍କ ସାଥିରେ ଶ୍ରେୟସ ଅୟର୍ ନିଜର ବ୍ୟାଟିଂ ର ପ୍ରଦର୍ଶନୀ ଲଗାଇଛନ୍ତି।