ଇନ୍ଦୋର : ଇନ୍ଦୋରର ହୋଲକର କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ 99 ରନରେ ପରାସ୍ତ କରିଛି । ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ 2-0 ଅଗ୍ରଣୀ ହାସଲ କରିଛି। ଭାରତର ବିଜୟରେ ବ୍ୟାଟ୍ସମ୍ୟାନ୍ ଭାବରେ ଶୁଭମାନ ଗିଲ, ଶ୍ରେୟାସ ଆୟର୍, କେ.ଏଲ୍ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ହିରୋ ସାଜିଥିବୋବେଳେ ଅଶ୍ୱିନ୍ ଏବଂ ଜାଡେଜାଙ୍କ ବୋଲିଂ କ୍ରମର ତାରକା ସାଜିଥିଲେ । ଏହି ମ୍ୟାଚ୍ ରେ ଶ୍ରେୟସ୍ ଆୟରଙ୍କ ବିଷ୍ଫୋଟକ 105 ରନ୍ ର ଇନିଙ୍ଗ୍ସ୍ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଚୟନ କରାଯାଇଥିଲା।
ପ୍ରଥମେ ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଙ୍ଗ୍ ପାଇଁ ନିମନ୍ତ୍ରଣ କରିଥିଲା । ଭାରତ ପ୍ରଥମେ ବ୍ୟାଟିଙ୍ଗ୍ କରି ଅଷ୍ଟ୍ରେଲିଆ ଆଗରେ 400 ରନର ବିଶାଳ ଲକ୍ଷ୍ୟ ରଖିଥିଲା । ଯାହାର ପିଛା କରି ଅଷ୍ଟ୍ରେଲିଆ ଦଳ ଏକ ମନ୍ଥର ଆରମ୍ଭ କରିଥିଲା । 9 ଓଭର ଖେଳ ପରେ ବର୍ଷା ଖେଳରେ ବ୍ୟାଘାତ ଶୃଷ୍ଟି କରିଥିଲା । ବର୍ଷା ଛାଡିଲା ପରେ ମ୍ୟାଚ୍ ଆରମ୍ଭ ହୋଇଥିଲା, ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିବାରୁ ପରେ ଡିଏଲ୍ଏସ୍ ମେଥଡ୍ ରେ ନିର୍ଦ୍ଧାରୀତ 50 ଓଭର ବଦଳରେଏହାକୁ 33 ଓଭର କରାଇ ଦିଆଯାଇଥିଲା । ଡିଏଲ୍ଏସ୍ ମେଥଡ୍ ରେ ଅଷ୍ଟ୍ରେଲିଆ ସାମ୍ନାରେ ସଂଶୋଧିତ 33 ଓଭରରେ 317 ରନ୍ ର ବିଜୟ ଲକ୍ଷ୍ୟ ରଖାଯାଇଥିଲା । ଜାହାର ପିଛା କରି ୱାର୍ଣ୍ଣର ଏବଂ ଲାବୁଶେନ କ୍ରିଜରେ ରହି ଦ୍ରୁତ ଗତିରେ ରନ ସଂଗ୍ରହ କିବାରେ ଲାଗିଯାଇଥିଲେ । ଆର୍ ଅଶ୍ୱିନ୍ ଦୀର୍ଘ ଦିନ ପରେ ଓଡିଆଇ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରୁଥ୍ଲେ ମଧ୍ୟ ଚମତ୍କାର ବୋଲିଂ ପ୍ରଦର୍ଶନ କରି ସାତୋଟି ବଲରେ ତିନୋଟି ୱିକେଟ୍ ନେଇଥିଲେ। ଅଶ୍ୱିନ୍ଙ୍କୁ ରବିନ୍ଦ୍ର ଜାଡେଜାଙ୍କ ସମର୍ଥନ ମିଳିଥିଲା ଏବଂ ସେ ମଧ୍ୟ ଅଷ୍ଟ୍ରେଲୀୟାର ତିନିଜଣ ବ୍ୟାଟ୍ସମ୍ୟାନ୍ ଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ। ତେବେ ଆଠଟି ୱିକେଟ୍ ପତନ ପରେ ଶନ୍ ଆବଟ୍ଟ (54) ଏବଂ ଜୋସ୍ ହେଜଲ୍ଉଡ୍ (23) ଙ୍କ ମଧ୍ୟରେ ନବମ ୱିକେଟ୍ ପାଇଁ 77 ରନ୍ ଭାଗିଦାରୀ ହୋଇଥିଲା। ଏହି ସହଭାଗୀତା ଅଷ୍ଟ୍ରେଲିଆର ପରାଜୟର ମାର୍ଜିନକୁ ଯଥେଷ୍ଟ ହ୍ରାସ କରିଥିଲା । ଶେଷରେ ସମ୍ପୂର୍ଣ୍ନ ଅଷ୍ଟ୍ରେଲିଆ ଦଳ 217 ରନ୍ କରି ଅଲ ଆଉଟ୍ ହୋଇୟାଇଥିଲା ଏବଂ ଭାରତ 99 ରନ୍ ରେ ମ୍ୟାଚ୍ ଜିତିଥିଲା । ଭାରତ ପାଇଁ ଅଶ୍ୱିନ୍ ଏବଂ ଜାଡେଜା ତିନିଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ପ୍ରସାଦ୍ଧ କୃଷ୍ଣା ଦୁଇଟି ଏବଂ ଶାମି ଗୋଟିଏ ସଫଳତା ପାଇଥିଲେ।
ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ 5 ୱିକେଟ୍ ହରାଇ 399 ରନ୍ ସଂଗ୍ରହ କରିଥିଲା। ଶୁଭମାନ ଗିଲଙ୍କ ସହ ଓପନ କରିବାକୁ ଆସି ଋତୁରାଜ ଗାଇକ୍ୱାଡ୍ ବିଶେଷ କିଛି କରି ନ ପାରି ମାତ୍ର 8 ରନ କରି ହେଜଲ୍ଉଡ୍ ଙ୍କ ଶୀକାର ହୋଇଥିଲେ । ପରେ କ୍ରିଜ୍ କୁ ଆସାଥିଲେ ଶ୍ରେୟାସ ଆୟର ଏବଂ ଶୁଭମାନ ଗିଲଙ୍କ ସହ ଦ୍ୱିଶତକୀୟ ଭାଗୀଦାରୀ କରିଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ଗିଲ(104) ଏବଂ ଶ୍ରେୟାସ ଆୟ(105) ଚମତ୍କାର ଶତକ ହାସଲ କରି 200 ର ଭାଗିଦାରୀ କରିଥିଲେ। ସୂର୍ଯ୍ୟକୁମାର ଯାଦବ 72 ରନର ଦ୍ରୁତ ଇନିଂସ ଖେଳିଥିଲେ, କେଏଲ ରାହୁଲ 52 ରନ ଏବଂ ଇଶାନ କିଶନ 31 ରନ ଖେଳିଥିଲେ। ଅଷ୍ଟ୍ରେଲିଆ ପାଇଁ କ୍ୟାମେରନ୍ ଗ୍ରୀନ୍ ଦୁଇଟି ୱିକେଟ୍ ନେଇଥିବାବେଳେ ହେଜଲ୍ଉଡ୍-ଆବଟ୍ଟ ଏବଂ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।