ନୂଆଦିଲ୍ଲୀ : ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା କହିଛନ୍ତି ଯେ, ବିଶ୍ୱର ପାଂଚଟି ଉଦୀୟମାନ ଅର୍ଥନୀତିର ଗୋଷ୍ଠୀ ବ୍ରିକ୍ସ ସମ୍ପ୍ରସାରଣ ଉପରେ ଭାରତ ଏକ ସକରାତ୍ମକ ଏବଂ ଖୋଲା ଦୃଷ୍ଟି ଦେବ । ବର୍ତମାନ ବ୍ରିକ୍ସରେ ବିସ୍ତାରର ରୂପରେଖା, ସ୍ୱରୂପ ଏବଂ ଉଦ୍ଦେଶ୍ୟ ବିଷୟରେ ଆଲୋଚନା ଚାଲିଛି । ସେ କହିଛନ୍ତି ଯେ, ଅନେକ ଦେଶ ବ୍ରିକ୍ସ ବିସ୍ତାରର ଏକ ଅଂଶ ହେବାକୁ ଚାହୁଁଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ (୨୨-୨୪ ଅଗଷ୍ଟ) ଜୋହାନ୍ସବର୍ଗ (ଦକ୍ଷିଣ ଆଫ୍ରିକା) ଗସ୍ତରେ ଯାଇ ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ । ୨୦୧୯ ପରଠାରୁ ଏହା ପ୍ରଥମ ଥର ହେବ, ଯେତେବେଳେ ବ୍ରିକ୍ସ ନେତାମାନେ ବ୍ୟକ୍ତିଗତ ଭାବେ ଏହି ସମ୍ମିଳନୀରେ ଯୋଗଦେବେ । ଏହା ପରେ ଅଗଷ୍ଟ ୨୫ରେ ପ୍ରଧାନମନ୍ତ୍ରୀ ଗ୍ରୀସ ଗସ୍ତରେ ଆସିବେ । ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା ଆଜି ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଏହି ଗସ୍ତର ସ୍ୱରୂପ ବିଷୟରେ ସୂଚନା ଦେଇଛନ୍ତି ।