ନୂଆଦିଲ୍ଲୀ : ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ପ୍ରତିକ୍ଷିତ ମ୍ୟାଚ ଖେଳା ଯାଉଛି । ତେବେ ଏହି ବହୁ ପ୍ରତୀକ୍ଷିତ ମ୍ୟାଚ ପୂର୍ବରୁ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଅହମଦାବାଦରେ ପହଞ୍ଚିଛନ୍ତି ।
ଏହି ଅବସରରେ ସଚିନ କହିଛନ୍ତି ଯେ, ସେ ମେନ ଇନ୍ ବ୍ଲୁ କୁ ସମର୍ଥନ କରିବା ପାଇଁ ଅହମଦାବାଦରେ ପହଞ୍ଚିଛନ୍ତି । ଏବଂ ରୋହିତ ଶର୍ମାଙ୍କ ଟିମକୁ ଏହାର ରେଜଲ୍ଟ ନିଶ୍ଚିତ ମିଳିବ ଯାହାକୁ ନେଇ ସେ ଆଶାବାଦୀ ।
ମ୍ୟାଚ ପୂର୍ବରୁ ଅଭିନେତ୍ରୀ ତଥା ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ମଧ୍ୟ ଅହମଦାବାଦରେ ପହଞ୍ଚିଛନ୍ତି ।
ଅନ୍ୟପଟେ ଭାରତୀୟ ଟିମର ଖେଳାଳିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢିଛି । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଦୁଇଟି ମ୍ୟାଚରେ ଭାରତୀୟ ଟିମ୍ ଦମଦାର ବିଜୟ ହାସଲ କରିଥିବାରୁ ଦଳର ମନୋବଳ ବଢିଛି ।