ନୂଆଦିଲ୍ଲୀ, 1 ଅକ୍ଟୋବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାମାଇକାର ପ୍ରଧାନମନ୍ତ୍ରୀ ଆଣ୍ଡ୍ରିଉ ହୋଲନେସଙ୍କ ମଧ୍ୟରେ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି ।
ଏହି ଅବସରରେ ଉଭୟ ନେତା ସଂପର୍କକୁ ଆହୁରି ମଜବୁତ କରିବା ଏବଂ ବ୍ୟାପାର, ନିବେଶ, ନବୀକରଣୀୟ ଉର୍ଜା, ଡିଜିଟାଲ ପରିବର୍ତ୍ତନ, ବିକାଶ ବୁଝାମଣା, ଶିକ୍ଷା, କ୍ଷମତା ନିର୍ମାଣ ଓ ଲୋକଙ୍କ ସହ ଲୋକଙ୍କ ସଂପର୍କରେ ସହଯୋଗ ବୃଦ୍ଧି ପ୍ରଣାଳୀ ଉପରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାମାଇକା ପ୍ରଧାନମନ୍ତ୍ରୀ ଆଣ୍ଡ୍ରିୟୁ ହୋଲନେସଙ୍କ ମଧ୍ୟରେ ମଙ୍ଗଳବାର ପ୍ରତିନିଧିମଣ୍ଢଳ ସ୍ତରୀୟ ଆଲୋଚନା ପରେ ଉଭୟ ନେତା ପ୍ରେସମିଟ କରିଥିଲେ । ଏହି ଅବସରରେ ଉଭୟ ନେତାଙ୍କ ଉପସ୍ଥିତିରେ ଭାରତ ଓ ଜାମାଇକା ମଧ୍ୟରେ ଏମଓୟୁର ଆଦାନପ୍ରଦାନ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ-ଜାମାଇକା ସଂପର୍କ ବୁଝାମଣା ଇତିହାସ, ଗଣତାନ୍ତ୍ରିକ ମୂଲ୍ୟ ଓ ଲୋକଙ୍କ ମଧ୍ୟରେ ସୁଦୃଢ ସଂପର୍କ କାରଣରୁ ତିଷ୍ଠି ରହିଛି । ଏହି ଦେଶକୁ ଚାର ସି କଲଚର (ସଂସ୍କୃତି), କ୍ରିକେଟ, କମନୱେଲ୍ଥ ଓ କେରିକମ ଯୋଡିଥାଏ । ଜାମାଇକା ଉଚ୍ଚାୟୋଗ ସମ୍ମୁଖ ରାସ୍ତାର ନାମ ଜାମାଇକା ମାର୍ଗ ରଖାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।