ସୁନ୍ଦରଗଡ଼, ୮ ଅକ୍ଟୋବର – ସୁନ୍ଦରଗଡ଼ ଇବ୍ ନଦୀ ପୋଲ ଉପରୁ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରାଯିବା ଘଟଣାରେ ଏହି ଦୁଇ ମହିଳା ସମ୍ପର୍କରେ ମାଆ -ଝିଅ ଏବଂ ଉଭୟଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାର ଛାନଭିନ୍ ଜାରି ରଖିଛି ସୁନ୍ଦରଗଡ଼ ପୋଲିସ । ପୋଲିସର ଏକ ଟିମ୍ ଆଜି ସୁନ୍ଦରଗଡ଼ ସ୍ଥିତ ଆସ୍ଥାଗୃହକୁ ଯାଇ ପୀଡ଼ିତା ମାଆ-ଝିଅଙ୍କୁ ପଚରା ଉଚରା କରୁଛନ୍ତି । ମାମଲାର ତଦନ୍ତ ପାଇଁ ୨ଟି ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ୍ ଆସ୍ଥାଗୃହ ଓ ଅନ୍ୟ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି ।
ପ୍ରକାଶ ଥାଉକି, ଶୁକ୍ରବାର ଦିନ ୧୨ଟାରେ ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଏହି ଦୁଇ ମହିଳା ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା । ପରେ ସେମାନଙ୍କୁ ରାସ୍ତାରୁ ଉଦ୍ଧାର କରିଥିଲେ ବିଧାୟିକା କୁସୁମ ଟେଟେ ।