ଭୁବନେଶ୍ୱର, 23 ଅକ୍ଟୋବର– ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଦ୍ୱାରା ବାତ୍ୟା ଦାନା ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଧାମରା ବନ୍ଦର ମଧ୍ୟରେ ଲ୍ୟାଣ୍ଡଫଲ୍ ହେବାର ସମ୍ଭାବନା ଘୋଷଣା କରାଯାଇଥିବାରୁ ଭିତରକନିକା ପ୍ରଶାସନ ପକ୍ଷରୁ ଜାତୀୟ ଉଦ୍ୟାନ ଓ ଏଠାକାର ପ୍ରାଣୀମାନଙ୍କ ସୁରକ୍ଷା ନିମନ୍ତେ ବିଶେଷ ପଦକ୍ଷେପ ଉଠାଯାଇଛି।
ଜାତୀୟ ଉଦ୍ୟାନର ଜଣେ ଅଧିକାରୀ ଏ ସମ୍ପର୍କରେ କହିଛନ୍ତି ଯେ ଯେ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି ଏବଂ ସମସ୍ତ କର୍ମଚାରୀଙ୍କୁ ହାଇ ଆଲର୍ଟ ରଖାଯାଇଛି। ବାତ୍ୟା ଶେଷ ହେଲାପରେ ପରିସ୍ଥିତିକୁ ମୂଲ୍ୟାୟନ କରି, ପର୍ଯ୍ୟଟକଙ୍କ ଉଦ୍ୟାନ ମଧ୍ୟକୁ ପ୍ରବେଶ ବିଷୟରେ ନିଷ୍ପତ୍ତି ନିଆଯିବ।
ବାତ୍ୟା ସମୟରେ ବନ ଏବଂ ପ୍ରାଣୀମାନଙ୍କୁ କୌଣସି ପ୍ରକାରର କ୍ଷତି ପହଞ୍ଚିବାକୁ ରୋକିବା ପାଇଁ ବିଶେଷ ଟିମ ଗଠନ କରାଯାଇଛି। ଯେକୌଣସି ଜରୁରୀକାଳୀନ ପରିସ୍ଥିତି ସମାଧାନ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି।
ବାତ୍ୟା ସମୟରେ କୁମ୍ଭୀର ମାନେ ମାନବ ବସତି ଦିଗରେ ଆସିବାର ସମ୍ଭାବନା ଥିବାରୁ ଦୁଇଟି ରେସ୍କ୍ୟୁ ଟିମ ତିଆରି ହୋଇଥିବା ସୂଚନା ଦିଆଯାଇଛି ।