ଲଣ୍ଡନ, 4 ଅକ୍ଟୋବର : ଲୋହିତ ସାଗରରେ ଚୀନର ପରମାଣୁ ବୁଡାଜାହାଜରେ ଥିବା 55ଜଣ ନୌସେନା କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଏହି ପରମାଣୁ ବୁଡ଼ାଜାହାଜ ବ୍ରିଟିଶ ଏବଂ ଆମେରିକୀୟ ଜାହାଜକୁ ଫାଶାଇବା ଉଦ୍ଦେଶ୍ୟରେ ନିର୍ମିତ ହୋଇଥିଲା । କିନ୍ତୁ ସେ ନିଜ ଜାଲରେ ଫସି ଯାଇଥିବା ଜଣାପଡିଛି । ବ୍ରିଟେନର ଏକ ଗୁଇନ୍ଦା ସୂଚନା ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି ।
ଗଣମାଧ୍ୟମ ସୂଚନା ମୁତାବକ ଏହି ବୁଡାଜାହଜକୁ ଏକ ଚେନ ଓ ଆଙ୍କର ଜାଲର ସାମ୍ନା କରିବାକୁ ପଡିଥିଲା । ବୁଡାଜାହଜରେ ଥିବା ଅକ୍ସିଜେନ ବ୍ୟବସ୍ଥାରେ ତ୍ରୁଟି ଯୋଗୁ ଏଥିରେ ଥିବା ସମସ୍ତ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ଏଥିରେ ଥିବା ନାବିକଙ୍କ ମଧ୍ୟରେ କାହାରି ଜୀବନ ବଞ୍ଚିପାରିନାହିଁ । ମୃତକଙ୍କ ମଧ୍ୟରେ ନୌସେନାର ପିଏଲଲ ନୌସେନାର ବୁଡାଜାହଜ 093-417ର କ୍ୟାପଟେନ ଓ 21ଅନ୍ୟ ଅଧିକାରୀ ଥିଲେ । ଅନ୍ୟପଟେ ଚୀନ ଏହାକୁ ସ୍ୱୀକାର କରୁନଥିବା ସୂଚନା ମିଳିଛି ।