ମାଲକାନଗିରି : ମାଲକାନ ଗିରି ଜିଲ୍ଲା କାଲିମେଳା ବ୍ଲକ ମୋଟୁ ଥାନା ମାନ୍ୟମ କୋଣ୍ଡା ପଞ୍ଚାୟତ ର ଏମ୍ ଭି ୭ ୫ ଗ୍ରାମର ଗ୍ରାମର ଯୁବକ ମାନେ ବେ ଧଡକ ଭାବେ ଚାଲି ଥିବା ଗୋ ଚାଲାଣ କୁ ବିରୋଧ କରି ଗୋ ଚାଲାଣ କାରୀ ସମେତ ୨ 0 ରୁ ଉର୍ଦ୍ଧ ଗାଈ ଚାଲାଣ ସମୟରେ ଅଟକ ରଖି ମୋଟୁ ପୋଲିସକୁ ସୂଚନା ଦେଇଥିବାର ଜଣା ପଡିଛି!ତେବେ ଗୋ ଚାଲାଣ କାରୀ ପ୍ରଶାସନ ର ଆଖିରେ ଧୂଳି ଦେଇ ଚୋରାରେ ଗୋ ବେପାର ଚଳାଇ ଆସୁ ଅଛନ୍ତି!୩ ୨ ୬ ନମ୍ବର ଜାତୀୟ ରାଜପଥ ଗୋ ଚାଲାଣ ର ମୁଖ୍ୟ ରାସ୍ତା ହୋଇଥିଲା ବେଳେ ସ୍ଥାନୀୟ ଲୋକ ଙ୍କ ସହାୟତା ରେ ଗୋ ବେପାରୀ ଖୋଲାମ ଖୋଲା କରୁଛନ୍ତି ଗୋ ବେପାର | ଆନ୍ଧ୍ର -ଓଡିଶା ସୀମା ଗର୍ଷାପାଲି ପାଲଟିଛି ଗୋରୁ ବେପାରଙ୍କ ପେଣ୍ଠସ୍ଥଳୀ |
ଟ୍ରଲର ରେ ଚାଲୁଥିଲା ଗୋ ବେପାର କିନ୍ତୁ ବାରମ୍ବାର ଧରା ପଡିବା ପରେ ପାଦ ଚଲା ରାସ୍ତା କୁ ବାଛି ନେଇଛନ୍ତି ଗୋରୁ ବେପାରୀ
ଗୋରୁ ବେପାରୀ ଗାଈ କିଣିବା ବିକିବା ର କୌଣସି କାଗଜପତ୍ର ନଥିବା ପ୍ରକାଶ କରିଛି ଗୋ ବେପାରୀ ଉତ୍ତମ ଭୌମିକ ଓ ସଞ୍ଜୟ ମଣ୍ଡଳ ଏହି ବେପାର ମାନେ ଏମାନେ ଦୀର୍ଘ ଦିନ ହେବ ପୋଲିସ ର ଆଖିରେ ଧୂଳି ଦେଇ କରି ଗୋ ବେପାର ଆସୁଛନ୍ତି |ଗାଁ ଲୋକ ଙ୍କ କହିବା କଥା କି ବାରମ୍ବାର ଏହି ଗୋ ତସ୍କରି ଙ୍କୁ ଧରିବା ପରେ ବି କିଭଳି ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ମାଲକାନଗିରି ପୋଲିସ ପ୍ରଶାସନ l
ତେବେ ଦେଖିବାକୁ ବାକି ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ କେବେ କ୍ରିୟା ଶୀଳ ହୋଇ ଗୋ ମାଫିଆ ଙ୍କ ଉପରେ କଡ଼ା ପଦକ୍ଷେପ ନେଉଛି ଓ ଗୋ ଚାଲାଣ ଭଳି କାର୍ଯ୍ୟ ବନ୍ଦ କରିବାରେ ସଫଳ ହୋଇଛି ତାହା ଦେଖିବାକୁ ବାକି ରହିଲା |