କୋଲକାତା : ରାଜ୍ୟ ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିିକାରୀ ଯାଦବପୁର ମାମଲାରେ ଏନଆଇଏ ଯାଂଚ ଦାବି କରି ହାଇକୋର୍ଟଙ୍କ ନିକଟରେ ପହଂଚିଛନ୍ତି । ବିଜେପି ମୁଖପାତ୍ର ରାଜର୍ଶୀ ଲାହିରଡୀ ଯାଦବପୁର ଥାନାରେ ଏ ସମ୍ପର୍କରେ ଆବେଦନ କରିଛନ୍ତି ।
ଆବେଦନକାରୀ ଦାବି କରିଛନ୍ତି ଯେ କୋର୍ଟ ୟୁଜିସି ନିର୍ଦ୍ଦେଶାବଳୀ ଅନୁସରଣ କରିବା ଉଚିତ୍ । ସୋମବାର ଏହି ପରିପ୍ରେକ୍ଷୀରେ ପ୍ରଧାନ ବିଚାରପତି ଟି ଏସ୍ ସିବଗଣନମ୍ ଏବଂ ହିରଣମୟ ଭଟ୍ଟାଚାର୍ଯ୍ୟ ବେଂଚର ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରଧାନ ବିଚାରପତି ମଧ୍ୟ ଏହି ମାମଲା ଦାୟର କରିବାକୁ ଅନୁମତି ଦେଇଛନ୍ତି ।