ଭୁବନେଶ୍ୱର : ଓଡ଼ିଶାରେ ସମ୍ବିଧାନ ହିସାବରେ ସରକାର ଚାଲୁ ନାହିଁ । ପିଅନ ଠାରୁ ଆରମ୍ଭ କରି ଆଇଏଏସ ପର୍ଯ୍ୟନ୍ତ ଦଳୀୟ ଭିତ୍ତିରେ କାମ କରୁଛନ୍ତି । ତେଣୁ ବିଜେପିର 22 22 ବିଜେପି ବିଧାୟକ ଦିଲ୍ଲା ଯାଇ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ରାଷ୍ଟ୍ରପତିଙ୍କୁ ଭେଟି ଏ ବାବଦରେ ଅବଗତ କରିବେ । ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ବିଜେପି ବିଧାୟକଙ୍କ ଟିମ ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟିବ । ଓଡ଼ିଶାର ଶାସନ ବ୍ୟବସ୍ଥା ବିଷୟରେ ଜଣାଇବେ । ଏ ସଂପର୍କରେ ସ୍ମାରକ ପତ୍ର କେନ୍ଦ୍ର ଗୃହ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ସଭାପତିଙ୍କୁ ଦେବେ ବିଜେପି ବିଧାୟକ ଦଳ । ରାଷ୍ଟ୍ରପତିଙ୍କୁ ଭେଟି ସଚିବଙ୍କ ବିଷୟରେ ହସ୍ତକ୍ଷେପ କରିବା ପାଇଁ ଭେଟିକି କହିବୁ । ଅମିତ ଶାହଙ୍କୁ ଭେଟି ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି, ବିଜେପି କର୍ମୀଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ଜଣାଇବୁ । ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ସଂପୂର୍ଣ୍ଣ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରିବେ । ଓଡ଼ିଶାରେ ବ୍ୟାପକ ଦୁର୍ନୀତି, ସରକାରୀ ସ୍ତରରେ ବ୍ୟାପକ ଦୁର୍ନୀତି ଚାଲିଥିବା ବିଷୟରେ ଜଣାଇବେ ।