ଶିମଲା : ହିମାଚଳ ପ୍ରଦେଶରେ ବର୍ଷାର ତାଣ୍ଡବ । ଭୂସ୍ଖଳନ ଯୋଗୁ ମାଟିରେ ମିଶିଲା ମନ୍ଦିର, ୨୪ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇଯାଇଥିବା ସୂଚନା ମିଳିଛି ।
ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ସମରହିଲ ସହରରେ ମୂଷଳଧାରାରେ ବର୍ଷା ଯେଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ସୋମବାର ସମରହିଲରେ ଭସ୍ଖଳନର ଭୟାବହ ରୂପ ଦେଖିବାକୁ ମିଳିଥିଲା । ସହରରେ ଥିବା ବହୁ ପୁରାତନ ଶିବ ମନ୍ଦିର ମାଟିରେ ମିଶିଛି । ସେହିପରି ମାଟିତଳେ ପ୍ରାୟ ୨୪ରୁ ଅଧିକ ଲୋକ ପୋତି ହୋଇଯାଇଥିବାର ଆଶଙ୍କା କରାଯାଉଛି । ଗୋଟିଏ ପରିବାରର 7ଜଣ ଲୋକ ମାଟି ତଳେ ପୋତି ହୋଇଯାଇଛନ୍ତି । ତେବେ ଭୂସ୍ଖଳନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ରେସକ୍ୟୁ ଟିମ ମାଟି ତଳୁ ୩ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଯେଉଁଥିରେ ୨ଜଣ ଶିଶୁଙ୍କ ମୃତଦେହ ରହିଛି । ସେହିପରି 5ଜଣ ଲୋକ ଆହତ ହୋଇଛନ୍ତି ।
ବିପର୍ଯ୍ୟୟ ସ୍ଥାନରେ ଶିମଲା ଜିଲ୍ଲାପାଳ ଆଦିତ୍ୟ ନେଗୀ ଓ ଏସପି ସଞ୍ଜୀବ ଗାନ୍ଧୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ସେହିପରି ମାଟିରେ ମିଶିଥିବା ମନ୍ଦିରଟି ପାହାଡ ତଳେ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି ।
ସୋମବାର ସକାଳେ ଭୂସ୍ଖଳନ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସୋମବାର ହୋଇଥିବାରୁ ଅନେକ ଲୋକ ପୂଜା କରିବାକୁ ମନ୍ଦିର ଆସିଥିଲେ । ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୩ଜଣଙ୍କ ମୃତଦେହ ଜବତ କରାଯାଇଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି ।