ଭବାନୀପାଟଣା : ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଟଣା ବ୍ଲକ କାମଠଣା ପଞ୍ଚାୟତର ଡୁମାଲ ଗାଁ ଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକ ମାନଙ୍କୁ ନେଇ ଆଜି ବିଜେଡ଼ିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ ଯୋଗଦେଇ ”ଆମ ଓଡ଼ିଶା, ନବୀନ ଓଡ଼ିଶା ” ଓ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ। ବିଜେଡ଼ି ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ମଜଭୂତ କରିବା ପାଇଁ ଆହ୍ବାନ ଦେବାସହ ମୁଖ୍ୟମନ୍ତ୍ରୀ କିଭଳି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ସମସ୍ତେ ସକଂଳ୍ପ ନେଇଥିଲେ। ସେହିପରି ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ଭବାନୀପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଫୋନ ମାଧ୍ୟମରେ ଶ୍ରୀ ନାଏକ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ବେଲମତି ନାଏକ, ପୂର୍ବତନ ସମିତିସଭ୍ଯ ଭୁବନେଶ୍ବର ମାଝୀ, ଓ୍ବାର୍ଡ ମେମ୍ବର ଗୁରୁବାରୀ ନାଏକ, ଗୌର ନାଏକ, ଯୁବ ନେତା ସୁନାଦ ପଟେଲ, ବିପିନ କୁମାର ସାହୁ, ତ୍ରିଲୋଚନ ପ୍ରଧାନ, ରମାକାନ୍ତ କାଣ୍ଡ, କିର୍ତନ ତାଣ୍ଡି, ଛାତ୍ର ବ୍ଳକ ଡିଜିଟାଲ ସେକ୍ରେଟାରୀ କୁଞ୍ଜବିହାରୀ ମାଝୀ, ଜିଲ୍ଲା ଛାତ୍ର ସମ୍ପାଦକ ପ୍ରେମ ତାଣ୍ଡି, ସମାଜସେବୀ ଦୁର୍ଲ୍ଲଭ ସାହୁ, ମୁକୁନ୍ଦ ସାହୁ ତଥା ଯୁବ-ଛାତ୍ର, ମହିଳା, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।