ରାଉରକେଲା, ୨୭ ଫେବୃଆରୀ – ରାଉରକେଲା ସହରରେ ଏବେ କଂଗ୍ରେସ ଦଳ ପକ୍ଷରୁ ଟିକେଟ ଆଶାୟୀ ମାନେ ଦଳୀୟ ଟିକେଟ ପାଇବା ଲାଗି ଆବେଦନ କରିବା ପରେ ରାଜନୈତିକ ମାହୋଲ ଏବେ ଧିରେ ଧିରେ ଉସୁମ ହେବାରେ ଲାଗିଛି, ଏତିକି ବେଳେ ପୁର୍ବତନ ବିଧାୟକ ପ୍ରଭାତ ମହାପାତ୍ର ଏକ ସ୍ୱତନ୍ତ୍ର ପ୍ରତିକ୍ରିୟାରେ କହିଛନ୍ତି ଯେ ଏଥର ଦିଲିପ ରାୟ ବିଜେପିରୁ ରାଉରକେଲା ଟିକେଟ ପାଇବାର ରସ୍ତା ସଫା ହେବାରେ ଲାଗିଛି ଯଦି ସେ ଟିକେଟ ପାଆନ୍ତି ତେବେ ବିଗତ ୨୩ ବର୍ଷ ତଳେ ଯେଉଁଭଳି ଦିଲିପ ତାଙ୍କ ଠାରୁ ହାରିଥିଲେ ସ୍ଥିତି ସେହି ଭଳି ପୁଣିି ହେବ ଓ ବିଜେଡି ସ୍ଥିତି ୩ୟ ରେ ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ନିର୍ବାଚନ ପାଖେଇ ଆସୁଛି, ବିଭିନ୍ନ ଦଳ ତାଙ୍କର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଲାଗି ପର୍ଯ୍ୟବେକ୍ଷକ ମାନ ପଠାଉଛନ୍ତି, କିଏ ରାଉରକେଲାରେ ପ୍ରାର୍ଥୀ ହେଲେ ଜିତାପଟ ତାଙ୍କ ଦଳକୁ ଜିବ ସେ ନେଇ ଯୋରଦାର ଅଙ୍କ କଷା ଆରମ୍ଭ ହୋଇସାରିଛି । ଏହା ଭିତରେ ରାଉରକେଲାରୁ ପ୍ରାର୍ଥୀ ଲାଗି ୫୦ ରୁ ଅଧିକ ନେତା ନେତୀ କଂଗ୍ରେସ ଦଳକୁ ଆବେଦନ କରିଥିବା ବେଳେ ପୁର୍ବତନ ପ୍ରାର୍ଥୀ ବିରେନ ସେନାପତି, ପୁର୍ବତନ ଡିସିସି ସଭାପତି ରଶ୍ମି ରଂଜନ ପାଢୀ,ସାବିର ହୁସେନ, ମହିଳା କର୍ମୀ ସବିତା ଖାତୁନଙ୍କ ସମେତଆହୁରି ଅନେକ ଯୁବ ଛାତ୍ର ନେତୃତ୍ୱ ଓ ଦଳକୁ ଫେରିଥିବା କିଛି ନେତା ଏହି ଆଶାରେ ଆବେଦନ କରିଛନ୍ତି । ୨୦ ବର୍ଷ ଧରି ଏଠାରେ ଦଳ ତାର ବିଧାୟକ ପାଇବା ସମ୍ଭବ ହୋଇନାହିଁ, ଅନେକ ଜିଲ୍ଲା ସଭାପତି ଆସିଛନ୍ତି ଯାଇଛନ୍ତି ହେଲେ ସଙ୍ଗଠନ ସେତେଟା ଆଗେଇପାରିନାହିଁ, ଫଳରେ ଗତ ରାହୁଲ ଗାନ୍ଧୀଙ୍କ କାର?୍ୟ୍ୟକ୍ରମରେ କିଛିଟା ଅଭାବ ଦେଖାଜିବା ସହ ସ୍ଥାନୀୟ ଜିଲ୍ଲା ସଭାପତିଙ୍କୁ ବିଦା କରାଯାଇ ପୁଣି ଆଉ ଜଣଙ୍କୁ ରିପିଟ କରାଗଲା । ଅବଶ୍ୟ ଏଥିଲାଗି ଅନେକ କାରଣ ରହିଛି କିନ୍ତୁ ଯଦି କଟକରେ ମହମ୍ମଦ ମୁକିମ ଏଭଳି ସ୍ଥିତିରେ ଜିତିପାରୁଛନ୍ତି ରାଉରକେଲାରେ କଣ ଅସୁବିଧା ରହୁଛି ଯେଉଁଥିରେ ରାଉରକେଲା ପଛେଇ ଯାଉଛି ବୋଲି ପ୍ରଶ୍ନ ହେଉଛି ଅନ୍ୟ ପକ୍ଷରେ ପ୍ରଭାତ ବାବୁ କହିଥିବା କଥାରେ ତାଙ୍କୁ ପଚରା ଜିବାରୁ ସେ କହିଛନ୍ତି, ରାଉରକେଲାରେ ୫ଟି ମୌଳିକ ସେବା ଯୋଗାଇବାରେ ଏସରକାର ବିଫଳ ହୋଇଛି , ଜିଲ୍ଲା ସ୍ଥରୀୟ ଡାକ୍ତରଖାନା ଆରଜିଏଚ ହୋଇପାରିଲା ନାହିଁ,ପାନୀୟ ଜଳ ରେ ସମସ୍ୟା ଲାଗି ଲୋକେ ହଇଜା ଭଳି ସ୍ଥିତିର ସମ୍ମୁଖୀନ ହେଲେ, ନିଯୁକ୍ତି ଏକ ପ୍ରକାର ଶୁନ, ଲୋକେ ଦାଦନ ଯାଉଛନ୍ତି,କଳକାରଖାନା ବନ୍ଦ ହେବାରେ ଲାଗିଛି, ଶିକ୍ଷା ଯେତ୍ରରେ ରାଉରକେଲା ଆଜିଯାଏ ୟୁନିଭରସିଟିଟେ ପାଇଲା ନାହିଁ ୍ୟାହାକୁ ଲୋକେ ୩୦ ବର୍ଷ ଧରି ଚାହିଁ ବସିଛନ୍ତି ତାହା ହେଲା ନାହିଁ । ରାଉରକେଲା ବାସୀ ଦିଲିପଙ୍କୁ ୧୫ ବର୍ଷ ଓ ସାରଦାଙ୍କୁ ୧୫ ବର୍ଷ ସୁଯୋଗ ଦେଲେ କିନ୍ତୁ ସେମାନେ ଏଦିଗରେ ସଂପୁର୍ଣ ବିଫଳ ହେଲେ, ପରୋକ୍ଷରେ ସେମାନେ , କିଏ ହୋଟେଲ ବଢାଇଲା ଆଉକିଏ ତାର କଣ ବଢାଇଚାଲିଲା କିନ୍ତୁ ରାଉଏରକେଲା ବାସୀଙ୍କର କିଛି ଲାଭ ହେଲାନି ବୋଲି ସେ କହିବା ସହ ଯଦି ତାଙ୍କୁ କଂଗ୍ରେସ ଏଥର ସୁଯୋଗ ଦିଏ ତେବେ ଏହା ହିଁ ତାଙ୍କର ମୁଖ୍ୟ ମୁଦା ହେବ ବୋଲି ସେ କହିଛନ୍ତି ।ଅନ୍ୟ ପକ୍ଷରେ ରାଉରକେଲାରେ ହେଉଥିବା ଦୁର୍ନିତି , ଅବାବ ଅସୁବିଧା ରାଉରକେଲା ଇସ୍ପାତ କାରଖାନାରେ ଶ୍ରମିକ ସମସ୍ୟା ନେଇ ଦଳର ସ୍ୱର ସେଭଳି ଶୁଭା ଯାଉ ନାହିଁ କେବଳ ଚିରାଚରିତ ପ୍ରଥାରେ ବିକ୍ଷୋଭ ଦାବି ଭିତରେ ସିମିତ କାହିଁକି ବୋଲି ପଚରା ଜିବାରୁ ସେ କହିଛନ୍ତି ସମୟକୁ ଅପକ୍ଷା କରନ୍ତୁ ଏହା ଜବାବ ମଧ୍ୟ ଲୋକେ ପାଇଯିବେ ।