ବଲାଙ୍ଗିର, ୧୨ ଅଗଷ୍ଟ – ମୁଁ ଆଜି ବଲାଙ୍ଗିର ଟାଉନ ଥାନାକୁ ଯାଇଥିଲି। ବଲାଙ୍ଗିର ପ୍ୟାଲେସରେ ଥିବା ମୋର କିଛି ଜିନିଷ ନେବାକୁ ଲିଖିତ ଅଭିଯୋଗ ଦେବାକୁ ଯାଇଥିଲି। ପ୍ୟାଲେସରେ ତାଲା ପଡ଼ିଥିଲା, ବନ୍ଦ ଥିବାରୁ ଟାଉନ ଥାନାକୁ ଲିଖିତ ଅଭିଯୋଗ ଦେଇଥିଲି। ଦୁଇ ଘଣ୍ଟା ଅପେକ୍ଷା ପରେ ମଧ୍ୟ ମତେ ସାହାଯ୍ୟ କିମ୍ବା ସୁରକ୍ଷା ଦିଆଗଲା ନାହିଁ, ଆଗରୁ ମଧ୍ୟ ଦୁଇଥର ମୁଁ ବଲାଙ୍ଗିର ଏସପି ଙ୍କୁ ପାରିବାରିକ ଅତ୍ୟାଚାର ବିଷୟ ଜଣାଇଥିଲି । ମୋ ଉପରେ ଘରୋଇ ଅତ୍ୟାଚାର କରାଯାଇଥିଲା। ମୋର ଶାଶୁ, ଶ୍ଵଶୁର, ଦେଢ଼ସୁର, ଦେଢ଼ ଶାଶୁ ଓ ମୋର ସ୍ବାମୀ ଶାରୀରିକ ଅତ୍ୟାଚାର କଲା ପରେ ଡେରାଡୁନ କୋର୍ଟରେ ମାମଲା ରୁଜୁ ହୋଇଛି। ବିବାହ ପରେ ସେ ବଲାଙ୍ଗିର ଓ ଡେରାଡୁନରେ ତାଙ୍କର ଶ୍ଵଶୁର ଘରେ ରହୁଥିଲେ। କୋର୍ଟ ଆଦେଶ ଉପରେ ତାଙ୍କର ଭବିଷ୍ୟତ ନିର୍ଭର କରୁଛି। ଆଜି ମଧ୍ୟ ତାଙ୍କ ଉପରେ କାଳେ ଶାରୀରିକ ଆକ୍ରମଣର ସନ୍ଦେହ କରି ପୋଲିସ ପାଖକୁ ଯାଇଥିବା କହିଥିଲେ । ଆଜି ପୋଲିସ କହିଲେ ଡେରାଡୁନ ତଦନ୍ତ ଅଧିକାରୀ ଆସନ୍ତୁ ତାପରେ ବାକି କଥା । ସେଠାରୁ କୌଣସି ସହଯୋଗ ନପାଇ ନିରାଶ ହେଲି ବୋଲି ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ବୋହୂ ତଥା ଅର୍କେସ ନାରାୟଣ ସିଂହଦେଓଙ୍କ ପତ୍ନୀ ଅଦ୍ରିକା ନାରାୟଣ ସିଂହଦେଓ ଆଜି ଏଠାରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସେ ଜଣେ ନାରୀ ହୋଇ ସେ ତାଙ୍କର ନିଜର ବ୍ୟବହୃତ ଜିନିଷ ନେବାକୁ ଆସିଥିଲେ, ତାହା ତାଙ୍କର ଅଧିକାର ବୋଲି କହିଥିଲେ। ଏନେଇ ତାଙ୍କର କୌଣସି ନିଜର ରାଜନୈତିକ ଉଦ୍ଦେଶ୍ୟ ନାହିଁ, ବିଜେଡି ଦଳ ପାଇଁ ତାଙ୍କର ସ୍ବାମୀଙ୍କ ପାଇଁ ବିଧାନସଭା, ପଞ୍ଚାୟତ ଓ ନଗରପାଳିକା ନିର୍ବାଚନ ବେଳରେ ଲୋକଙ୍କ ପାଖକୁ ଯାଇଥିଲେ। ବଲାଙ୍ଗିର ଜନସାଧାରଣ ତାଙ୍କୁ ଭଲ ଭାବରେ ଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି। ଲୋକଙ୍କ ଭଲ ପାଇବା ଭୁଲି ହେବନି।
ଆଜି ଏହି ଘଟଣା ଉପରେ ବଲାଙ୍ଗିର ଏସଡିପିଓ ତୋଫାନ ବାଗ କହିଲେ ଯେ, ଆଜି ଶ୍ରୀମତୀ ଅଦ୍ରିକା ମଞ୍ଜରୀ ସିଂହ ଦେଓ ଆସିଥିଲେ, ତାଙ୍କ ସହ କଥା ହେଲା ପରେ ଜଣାଗଲା ଯେ, ଘଟଣା ବାବଦରେ ଉତ୍ତରାଖଣ୍ଡ ଡେରାଡୁନ କୋର୍ଟରେ ୪୯୬ ଦଫାରେ କେସ ହୋଇଛି। ଯେତେ ବେଳେ ବି ଆମକୁ ଡେରାଡୁନ ପୋଲିସ ପାଖରୁ କିମ୍ବା ତଦନ୍ତ ଅଧିକାରୀଙ୍କ ପାଖରୁ କୌଣସି ସାହାଯ୍ୟ ମଗାଯିବ ଆମେ ସବୁ ପ୍ରକାର ସହଯୋଗ କରିବୁ ବୋଲି ସେ କହିଥିଲେ।