ବିହାର : ବିହାର ପୂର୍ବ ଚମ୍ପାରଣ ଜିଲ୍ଲା ଆଦାପୁରରେ ବୁଧୁବାର ଦିନ ଦୂର୍ବୂତମାନେ ପଞ୍ଚାୟତସମିତି ସଦସ୍ୟାଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା କରିବା ପରେ ସେଠାରୁ ଚମ୍ପଟ ମାରିଛନ୍ତି । ହତ୍ୟାର କାରଣ ଏପର୍ଯ୍ୟନ୍ତ ସୁଦ୍ଧା ଜଣା ପଡିନାହିଁ । ପୋଲିସ ଅନୁଯାୟୀ, ଆଦାପୁର ପ୍ରଖଣ୍ଡର ଶ୍ୟାମପୁର ପଞ୍ଚାୟତସମିତି ସଦସ୍ୟାଙ୍କ ସୁନିତା ଦେବୀଙ୍କ ସ୍ୱାମୀ ବଚ୍ଚା ପାସୱାନ (45) ଅନ୍ୟ ଦିନ ଭଳି ସକାଳେ ଅଦାପୁର ରାକ୍ସଲ ଜିବିସି କେନାଲ ମୁଖ୍ୟ ରାସ୍ତାରେ ବୁଲିବାକୁ ଯାଇଥିଲେ । ସେହି ସମୟରେ ତିନି ଜଣ ଦୂର୍ବୂତ ବାଇକ୍ ରେ ଆସି ପାସୱାନଙ୍କୁ ପଛପଟୁ ଗୁଳି ଚଳାଇଥିଲେ। ପାସୱାନଙ୍କ ମୁଣ୍ଡରେ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ସୂଚନା ପାଇବାମାତ୍ରେ ଗ୍ରାମବାସୀ କ୍ରୋଧିତ ହୋଇ ଅପରାଧୀଙ୍କୁ ଗିରଫ କରିବାକୁ ଦାବି କରି ରାସ୍ତା ଅବରୋଧ କରିଥିଲେ । ପରେ ପୋଲିସର ମନାଇବା ପରେ ଲୋକମାନେ ରାସ୍ତା ଛାଡିଥିଲେ । ରାକ୍ସଲଙ୍କ ଡେପୁଟି ପୋଲିସ୍ ଅଧୀକ୍ଷକ ଧିରେନ୍ଦ୍ର କୁମାର କହିଛନ୍ତି ଯେ, ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଘଟଣାର ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ସେ କହିଛନ୍ତି ଯେ ଅପରାଧୀମାନେ ତିନିଟି ଗୁଳି ଚଳାଇଥିଲେ ।