ଲକ୍ଷ୍ନୌ : ଲକ୍ଷ୍ନୌର ଇକୋ ଗାର୍ଡେନରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ଏକ ରାଲି ଆୟୋଜିତ ହୋଇଛି । ଜାଗୋ ସରକାର-ମଜଦୁର ଆପକେ ଦ୍ୱାର ନାରା ସହିତ ଏହି ରାଲି ଆରମ୍ଭ ହୋଇଛି । ହଜାର ହଜାର ଅଣସଂଗଠିତ ତଥା ସଂଗଠିତ କ୍ଷେତ୍ର କର୍ମଚାରୀ ଏବଂ ରାଜ୍ୟର ବିଭିନ୍ନ ବିଭାଗର ବହୁ ସଂଖ୍ୟକ ମହିଳା ଇକୋ ଗାର୍ଡେନରେ ପହଞ୍ଚି ରାଲିରେ ସାମିଲ ହୋଇଛନ୍ତି ।
ଭାରତୀୟ ମଜଦୁର ସଂଘର ଆଞ୍ଚଳି ସଙ୍ଗଠନ ମନ୍ତ୍ରୀ ଅନୁପମ୍ କହିଛନ୍ତି ଯେ, ଦୀର୍ଘ ସମୟ ଧରି ବିଭିନ୍ନ ବିଭାଗରେ କାର୍ଯ୍ୟରତ ଲକ୍ଷଲକ୍ଷ ନିୟମିତ, ଚୁକ୍ତିଭିତ୍ତିକ ଏବଂ ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟା ପଡିରହିଛି । କିନ୍ତୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉନାହିଁ ।
ସେ କହିଛନ୍ତି ଯେ ଅଧିକାଂଶ ବିଭାଗରେ ବହୁ ସଂଖ୍ୟକ ଚୁକ୍ତି ଏବଂ ଆଉଟସୋର୍ସିଂ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ପାଇଁ କୌଣସି ନିୟମକାନୁନ ନାହିଁ । କୌଣସି ନିୟମ ନଥିବାରୁ କର୍ମଚାରୀମାନଙ୍କୁ କେବେ ଚାକିରିରୁ ବରଖାସ୍ତ କରାଯାଏ ତ କେବେ ପୂରା ଦରମା ମିଳେନି । ସେମାନଙ୍କୁ କୌଣସି ସାମାଜିକ ସୁରକ୍ଷା ପ୍ରଦାନ କରାଯାଏନି । ଏହି ସମସ୍ତ ସୁବିଧା ଯୋଗାଇ ଦେବାକୁ ସଂଘ ଦାବି କରିଛି । ଦାବି ପୂରଣ ନହେଲେ ଆଗକୁ ପୂରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।