ଭୁବନେଶ୍ୱର : ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଗୃହ ଚାଲିବା ଆବଶ୍ୟକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।
ସେ କହିଛନ୍ତି ଯେ ବିଭିନ୍ନ ଦାବି ନେଇ ହଜାର ହଜାର ଲୋକ ରାସ୍ତା ରେ ଥିବାରୁ ଗୃହ ରେ ଯଦି ଚାପ ପ୍ରୟୋଗ ନ କରିବା ଲୋକେ ନ୍ୟାୟ ପାଇ ପାରିବ ନାହିଁ । ସେଥିପାଇଁ ସରକାରୀ ଦଳ ମୋତେ ଅପମାନ କରିଥିଲେ ମଧ୍ୟ ଲୋକଙ୍କ ସ୍ୱାର୍ଥ ଦୃଷ୍ଟି ରୁ ଆମେ ଏହାକୁ ସହିଯିବି ଉଚିତ । ସେ କହିଛନ୍ତି ଯେ ବିଜେପି ବିଜେଡି ବିଭିନ୍ନ ପ୍ରସଙ୍ଗରେ ଗୃହ କୁ ଅଚଳ କରିଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି ଯେ ପ୍ରତିବାଦ ଏକ ଘଣ୍ଟା କଲେ ଯାହା ଦିନ ସାରା କଲେ ତାହା । ନିଲମ୍ବିତ ବିଧାୟକ ମାନେ ନିଜେ ଦୁଃଖ ପ୍ରକାଶ କଲେ ଚଳିବ । ସେହିପରି ସରକାରି ଦଳ ସହନ ଶିଳତା ଦେଖାଇ ନିଲମ୍ବନ ପ୍ରତ୍ୟାହାର କରିବା କଥା । ବାଚସ୍ପତି ଆଗରୁ ବିଚାର କରିବେ ନାହିଁ ଓ ଗୃହ ଯଦି ବନ୍ଦ ହୋଇଯିବ ଲାଭ କଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।