ଚଣ୍ଡିଗଡ : ହରିୟାଣା ବିଜେପି ଅଧ୍ୟକ୍ଷ ଓମ୍ ପ୍ରକାଶ ଧନଖଡଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇଯାଇଥିବା ଜଣାପଡିଛି । ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଭୂପେନ୍ଦ୍ର ସିଂ ହୁଡ୍ଡା ତଥା ତାଙ୍କ ପୁଅ ଦୀପେନ୍ଦ୍ର ସିଂହ ହୁଡ୍ଡାଙ୍କ ଫେସବୁକ୍ ହ୍ୟାକ ହୋଇଥିଲା ।
ହ୍ୟାକର୍ସମାନେ ହୁଡ୍ଡାଙ୍କ ପ୍ରୋଫାଇଲ୍ ଫଟୋ ବଦଳାଇ ଦେଇଥିଲେ । ଏବେ ସୋମବାର ରାତିରେ ହ୍ୟାକର୍ସମାନେ ଧନଖଡଙ୍କ ଇନଷ୍ଟା ଆକାଉଣ୍ଟ ହ୍ୟାକ କରିଛନ୍ତି । ଧନଖଡଙ୍କୁ ଅର୍ଥ ମାଗିଛନ୍ତି ହ୍ୟାକର୍ସ । ,ନେଇ ବିଜେପି ନେତା ଧନଖଡ ସାଇବର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।