ଭୁବନେଶ୍ୱର : ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତର ଜିଆରଏସ୍ ଯଦୁମଣି ମାଝୀ । ଜଣେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ଅନଲାଇନ୍ ଜିଓ ଟ୍ୟାଗିଂ ଓ ଘରର ଫାଇନାଲ ବିଲ୍ ସହ ବୋନସ ଅର୍ଥ ଦେବା ପାଇଁ ସେ ଲାଞ୍ଚ ନେଉଥିବାର ଅଭିଯୋଗ ହୋଇଛି । ଅଭିଯୋଗ ପାଇ ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରି ଅଭିଯୁକ୍ତ ମାଝୀଙ୍କ ଠାରୁ ସମସ୍ତ ଟଙ୍କା ଜବତ କରିଛନ୍ତି ।
ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ଫାଇନାଲ ବିଲ୍ ସହ ବୋନସ ଅର୍ଥ ଦେବା ପାଇଁ ସେ ପୋଡ଼ାପୋଡ଼ା ଗାଁର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲ୍ଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲେ