ନୂଆଦିଲ୍ଲୀ : ଗଣତନ୍ତ୍ରର ମହାପର୍ବ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି । ଏହି ଶୁଭେଚ୍ଛା ବାର୍ତ୍ତାରେ ସଙ୍ଘ ପକ୍ଷରୁ 2022,ଅଗଷ୍ଟ 15ରେ ସର ସଂଘ ଚାଳକ ଡକ୍ଟର ମୋହନ ଭାଗବତଙ୍କ ଏକ ବିବୃତିକୁ ଉଦ୍ଧୃତ କରାଯାଇଛି ।
ଗତବର୍ଷ ଅଗଷ୍ଟ 15ରେ ମୋହନ ଭାଗବତ କହିଥିଲେ ଯେ, 1947, ଅଗଷ୍ଟ 15ରେ ଆମକୁ ସ୍ୱାଧୀନତା ମିଳିଥିଲା । ଏହି ଦିନରେ ଇଂରେଜମାନଙ୍କ ଠାରୁ ଆମେ ଦେଶକୁ ଆମ ହାତକୁ ନେଇଥିଲୁ । ତେଣୁ ଆଜିର ଦିନ ଆମ ପାଇଁ ଗୌରବର ଦିନ, ସଂକଳ୍ପର ଦିନ । ଏହି ସ୍ୱାଧୀନତା ହଠାତ୍ ମିଳିନଥିଲା । ଏଥିପାଇଁ ଆମକୁ ଦୀର୍ଘ ସମୟ ଧରି ସଂଘର୍ଷ କରିବାକୁ ପଡିଥିଲା ବୋଲି ମୋହନ ଭାଗବତ କହିଥିଲେ ।
‘ଆମକୁ ତନ୍ତ୍ର ତ ମିଳିଗଲା, କିନ୍ତୁ ଏହାକୁ ସ୍ୱ-ତନ୍ତ୍ର କରିବାକୁ ପଡିବ । ସ୍ୱ-ତନ୍ତ୍ର ହେବା ଅର୍ଥ ସବୁ କ୍ଷେତ୍ରରେ ଆତ୍ମନିର୍ଭର ହେବା । ଆମକୁ କିଭଳି ଦେଶ ଗଢିବା ଉଚିତ ତାହା ଆମକୁ ଆମର ଜାତୀୟ ପତାକା କହିଥାଏ’ ।
‘ ଯଦି ସେହି ଦେଶ ଦୁନିଆରେ ବଡ ହୋଇଯାଏ ତେବେ ଏହା କ’ଣ ହେବ, ଏହା ଅନ୍ୟ ଲୋକଙ୍କ ଉପରେ ଶାସନ କରିବ ନାହିଁ, ବାଡି ବ୍ୟବହାର କରିବ ନାହିଁ। ସେ ନିଜର ବଳିଦାନ ସହିତ ଜଗତ ସୃଷ୍ଟି କରିବ, ସେ ଜଗତର ଲାଭ ପାଇଁ ବଳିଦାନ ଦେବ । ଆମେ ସମସ୍ତେ ସମାଜ, ମାନବିକତା, ପରିବେଶ ଏବଂ ସୃଷ୍ଟିର ଧର୍ମକୁ ପାଳନ କରିବୁ ’।
‘ଏଥିପାଇଁ ଆମକୁ ପରିଶ୍ରମ କରିବାକୁ ପଡିବ । ଆଗାମୀ ଦିନରେ କେବେ ପଚାରିବନାହିଁ ଯେ, ମୋତେ କଣ ମିଳିବ, ମୋ ଦେଶ ମୋତେ କଣ ଦେଉଛି, ମୋ ସମାଜ ମୋତେ କଣ ଦେଉଛି’ ? ନିଜକୁ ପଚାରିବ ମୁଁ ଦେଶକୁ କଣ ଦେଇଛି, ସମାଜକୁ କଣ ଦେଇଛି ? ମୋର ଉନ୍ନତିରେ ସମାଜ, ଦେଶର ଉନ୍ନତି ହେଉଛି କି ନାହିଁ ଏଭଳି ବିଚାର କରି ଜୀବନ ବଞ୍ଚିବାର ଆବଶ୍ୟକତା ରହିଛି’ ବୋଲି ଡକ୍ଟର ଭାଗବତ କହିଥିଲେ ।