ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବାଲିପଦର କଳମ୍ବ ଗାଁରେ ପଞ୍ଚାନନ ସାହୁ ସେ ଆଜକୁ ବର୍ଷବର୍ଷ ଧରି ସରକାରି ଜାଗା ରେ କଳମ୍ବ ଗାଁ ରାସ୍ତା କଡରେ ଥିବା ସରକାରି ଜାଗାରେ ଘରକରି ରହି ଥିଲେ ଏବଂ ପଞ୍ଚାନନ ନିତି ଖଟି ମୁଲଲାଗି ପରିବାର ଚଳାଉଥିଲେ । ସେ ଥିଲେ ଭୁମିହିନ, ଗୃହହିନ ଶରକାରଙ୍କ ଜାଗା ହୋଇଥିବା ହେତୁ ତାଙ୍କ ନାମରେ ନୋଟିସ୍ ଜାରି ହୋଇଥିଲେ ମଧ୍ୟ ପଞ୍ଚାନନଙ୍କ ଆଉ କେଉଁଠିବି ମୁଣ୍ତ ଗୁଞ୍ଜିବାକୁ ନଥିବା ବେଳେ ସେ ସେଠାରେ ରହିଥିଲେ ହେଲେ ଆଜି ବୁଗୁଡା ପ୍ରଥମ ଶ୍ରେଣି ଅଦାଲତଙ୍କ ନିର୍ଦେଶ କ୍ରମେ ପଞ୍ଚାନନ ସାହୁଙ୍କ ଘରକୁ ଉଛେଦ କରିବା ପାଇଁ ବୁଗୁଡା ଥାନା ପୋଲିସ୍ ଓ ବାଲିପଦର ଫାଣ୍ତି ପୋଲିସ୍ ଘଟଣା ସ୍ତଳରେ ପହଞ୍ଚି ପଞ୍ଚାନନଙ୍କ ଘରଟିକୁ ଜେସିବି ସାହାଯ୍ୟରେ ଭାଙ୍ଗି ଚୁର୍ ମାର୍ କରିଥିବା ଦେଖିବାକୁ ମିଳିଛି । ଉଛ୍ଛେଦ କରାଯାଇଥିବା ପଞ୍ଚାନନ ଙ୍କ ପରିବାରକୁ ଥଇଥାନ କରିବା ଓ ତାଙ୍କୁ ଈନ୍ଦିରାଆବାସ ଖଣ୍ଡେ ଯୋଗାଇଦେବା ପାଇଁ କଳମ୍ବ ଗ୍ରାମପଞ୍ଚାୟତ ପକ୍ଷରୁ କୁହାଯାଇଛି ।