
ଭୁବନେଶ୍ୱର : ଖୁବ୍ ଶୀଘ୍ର ବଲିଉଡ୍ ଷ୍ଟାର ଗୋବିନ୍ଦାଙ୍କୁ ଜେରା କରିବ କ୍ରାଇମବ୍ରାଂଚର ଇଓଡବ୍ଲୁ । ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଖୁବଶୀଘ୍ର ବମ୍ବେ ଯିବ ।ପଞ୍ଜି ସ୍କିମରେ ସୋଲାର ଟେକ୍ନୋଲୋଜି ଆଲିଆନ୍ସ ଏସଟିଏ ଲୋକଙ୍କ ଠାରୁ ଟଙ୍କା ଲୁଟ ମାମଲାରେ ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ପଚରାଉଚରା କରିବ ଇଓଡବ୍ଲୁ ।ଗୋଆ ଠାରେ ଆୟୋଜିତ ହୋଇଥିବା ଲଂଚ କାର୍ଯ୍ୟକ୍ରମରେ ଗୋବିନ୍ଦା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇ ଠକ ସଂସ୍ଥାରେ ବିନିଯୋଗ ପାଇଁ ଉତ୍ସାହିତ କରିଥିଲେ । ପୁରା ଘଟଣାରେ ଗୋବିନ୍ଦାଙ୍କର କଣ ରହିଥିଲା ଭୂମିକା ତାକୁ ଖୋଳତାଡ଼ କରିବ ଇଓଡବ୍ଲୁ ।