ରାଉରକେଲା, ୧ ଅକ୍ଟୋବର – ରାଜ୍ୟ ସରକାରଙ୍କ ନିତିଗତ ନିଷ୍ପତି ଅନୁଶାରେ ପୁଲିସ ପ୍ରତି ରହିଥିବା ଆଶାକୁ ଗୁରୁତ୍ଵ ଦେଇ ଯେମିତି ରାଉରକେଲାରେ କାମ ହେଉଥିଲା ସେହିଭଳି ପଶ୍ଚିମାଂଚଳର ସମସ୍ତ ଥାନାରେ କାମ ହେବ, ମହିଳା, ଅବହେଳିତ ଓ ବରିଷ୍ଠ ନାଗରୀକଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ଲାଗି ସବୁ ପ୍ରକାରର ଉଦ୍ୟମ ହେବ ବୋଲି ଆଜି ରାଉରକେଲା ଠାରେ ଯୋଗଦାନ କରିଥିବା ପଶ୍ଚିମାଂଚଳ ଡିଆଇଜି ବ୍ରିଜେଶ ରାୟ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି। ଆଜି ପୂର୍ବାହ୍ନରେ ଦାୟିତ୍ଵ ନେବା ଅବସରରେ ସେ ମିଡିଆକୁ କହିଛନ୍ତି, ସରକାର ଯେମିତି ଚାହିଁଛନ୍ତି ସେହି ଅନୁଶାରେ ଲୋକଙ୍କୁ ସେବା ମିଳିବ, ମିହିଳା, ପଛୁଆବର୍ଗ, ଅବହେଳିତ ଓ ବରିଷ୍ଠ ନାଗରୀକ ମାନଙ୍କୁ ସମ୍ମାନର ସହ ସେବା ପ୍ରତିଟି ଥାନାରେ କେମିତି ମିଳିବ ତାକୁ ଦୃଷ୍ଟି ଦିଆଜିବ ବୋଲି ସେ ସୂଚନା ଦେଇଛନ୍ତି । ଖାଲି ଏତିକି ନୁହେଁ ଜିଏ ବି ଥାନାକୁ ଆସିବେ ସେମାନଙ୍କୁ କିଭଳି ଅଧିକରୁ ଅଧିକ ସେବା ମିଳିବ ସେଥିପ୍ରତି ଧ୍ୟାନ ଦିଆଜିବ । ଆଗକୁ ଦୁର୍ଗାପୁଜା ଆସୁଛି ଏହି ପୁଜା କିଭଳି ଭଲରେ ପୁରା ରେଂଜରେ ପୁଜା ଚାଲିବ ଲୋକେ କିଭଳି ଏହାର ସୁବିଧା ନେବେ ପୁଜାକୁ ଖୁସିର ସହ ପାଳିପାରିବେ, ସେନେଇ ପୁଲିସ ତାର ବ୍ୟବସ୍ଥା କରିବ, ଏଥିଲାଗି ଏସପି ମାନଙ୍କ ସହ କଥା ହେବି ବୋଲି ସେ କହିଛନ୍ତି । ପୁଜାରେ ଯେମିତି ଅପରାଧୀ ମାନେ ସମସ୍ୟାର କାରଣ ହେବେ ନାହିଁ ସେଥିଲାଗି ଏନବିଡବ୍ଲୁ ଓ ଅନ୍ୟ ମାନଙ୍କ ସଂପର୍କରେ ନୀତିଗତ ନିଷ୍ପତି ପୁଜା ପୂର୍ବରୁ ନିଆଜିବ । ମାଓବାଦୀ ଓ ମାଫିଆ ମାନଙ୍କ ଲାଗି ରହିଥିବା ଫର୍ମୁଲା ଅନୁଶାରେ କାମ ହେବ, ବ୍ୟବସ୍ଥା ଭିତରେ ଯାହା ବି ରହିଛି ସେହିଭିତରେ ମାଫିଆ ଓ ଅପରାଧୀଙ୍କୁ ନିୟନ୍ତ୍ରଣ କରାଜିବ ବୋଲି ସେ ସୂଚନା ଦେଇଥିଲେ ।
ଦୁହାଳିଆ ଥାନା ଗୁଡିକ ପୂର୍ବରୁ ଯେଉଁଭଳି ନିଲାମ ହେଉଥିବା କୁହାଯାଉଥିଲା ସେଥିରେ ରୋକ ଲାଗିବ ଓ ପୁଲିସ ବିଭାଗରେ ଦଲାଲି କରି ଅଫିସର ମାନଙ୍କୁ ବଦଳି କରି ଫାଇଦା ନେଉଥିବା ବାବୁ ମାନଙ୍କୁ ମଧ୍ୟ ସାବାଡ କରାଜିବା ନେଇ ତୁରନ୍ତ ପଦେକ୍ଷପ ନିଆଜିବ ବୋଲି ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ।